ବିବାହର ୪ ବର୍ଷ ପରେ ଅଲଗା ହେଲେ ଚହଲ-ଧନଶ୍ରୀ, ସାମ୍ନାକୁ ଆସିଲା ଛାଡପତ୍ରର କାରଣ

Published By : Prameya-News7 Bureau | February 21, 2025 IST

ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ଦୁହେଁ ଏବେ ଅଫିସିଆଲି ଅଲଗା ହୋଇଯାଇଛନ୍ତି। ସେମାନଙ୍କର ଆଇନଗତ ଭାବରେ ଛାଡପତ୍ର ହୋଇଯାଇଛି। ଗତ କିଛି ମାସ ଧରି ଏହି ଦମ୍ପତିଙ୍କ ଛାଡପତ୍ରର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଶେଷରେ ଉଭୟଙ୍କ ଛାଡପତ୍ର ନେଇଛନ୍ତି।

ଚହଲ ଏବଂ ଧନଶ୍ରୀ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। ଚାରି ବର୍ଷର ବିବାହ ପରେ, ଉଭୟଙ୍କର ଏବେ ଛାଡପତ୍ର ହୋଇଯାଇଛି। ରିପୋର୍ଟରେ ଦାବି କରାଯାଉଛି ଯେ ଦୁହେଁ ଗତ ୧୮ ମାସ ଅର୍ଥାତ୍ ଦେଢ଼ ବର୍ଷ ଧରି ଅଲଗା ରହୁଥିଲେ। ଚହଲ ଏବଂ ଧନଶ୍ରୀଙ୍କ ପ୍ରେମ ବିବାହ ହୋଇଥିଲା।ତେବେ ବିବାହର ଚାରି ବର୍ଷ ମଧ୍ୟରେ ଏପରି କ’ଣ ଘଟିଲା ଯେ ତାହା ଛାଡପତ୍ରର କାରଣ ହେଲା।

୪୫ ମିନିଟ୍ ଧରି ଚାଲିଥିଲା କାଉନସିଲିଂ ସେସନ୍‌

ରିପୋର୍ଟ ଅନୁସାରେ, କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଆଇନଗତ ଭାବରେ ଛାଡପତ୍ର ନେଇଛନ୍ତି। ଚହଲ ଏବଂ ଧନଶ୍ରୀ ମୁମ୍ବାଇର ବାନ୍ଦ୍ରାର ଫ୍ୟାମିଲି କୋର୍ଟରୁ ଛାଡପତ୍ରର ସାର୍ଟିଫିକେଟ୍‌ ପାଇବେ। ଶୁଣାଣି ସମୟରେ, ଜଜ୍‌ ଉଭୟଙ୍କୁ ୪୫ ମିନିଟ୍ କାନଉନସିଲିଂର ପରାମର୍ଶ ଦେଇଥିଲେ । ଯାହା ଦୀର୍ଘ ସମୟ ଧରି ଚାଲିଥିଲା । ଯେତେବେଳେ ଜଜ୍‌  ଛାଡପତ୍ର ବିଷୟରେ ପଚାରିଲେ, ଚହଲ ଏବଂ ଧନଶ୍ରୀ କହିଲେ ଯେ ଉଭୟ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେଉଛନ୍ତି।

ଛାଡପତ୍ରର କାରଣ କ'ଣ ଥିଲା?

ଶୁଣାଣି ସମୟରେ ଉଭୟ କହିଥିଲେ ଯେ ସେମାନେ ଗତ ଗତ ଦେଢ଼ ବର୍ଷ ଧରି ଅଲଗା ରହୁଛନ୍ତି। ଯେତେବେଳେ ତାଙ୍କୁ ଛାଡପତ୍ରର କାରଣ ପଚରାଗଲା, ସେ କହିଲେ ଯେ ସେମାନଙ୍କ ମଧ୍ୟରେ କିଛି ଠିକ୍ ହେଉନାହିଁ। ଆମ ଭିତରେ କମ୍ପାଟିବିଲିଟି ମ୍ୟାଚ୍‌ ହେଉ ନାହିଁ , ଯାହାକୁ ନେଇ ସମସ୍ୟା ହେଉଛି। ଆଲୋଚନା ପରେ, ଜଜ୍‌ ଉଭୟଙ୍କୁ ଆନୁଷ୍ଠାନିକ ଭାବରେ ଛାଡପତ୍ର ପ୍ରଦାନ କଲେ। ପରେ ଉଭୟଙ୍କୁ ବିବାହ ସମ୍ପର୍କରୁ ମୁକ୍ତ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.