ମୁମ୍ଵାଇ ୨୧।୦୨; 'ଇଣ୍ଡିଆ ଗଟ୍ ଲାଟେଣ୍ଟ୍' ଶୋ’ରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି ସମୟ ରାଇନା । ଏହି ଶୋ’ରେ ପୋଡକାଷ୍ଟର ରଣଭୀର ଆହ୍ଲାବାଦିଆଙ୍କ ବିବାଦୀୟ କଥା କହିବା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି । ସେବେଠାରୁ ଶୋ' ବନ୍ଦ କରିବା ସହ ସମୟ ରାଇନା ଏବଂ ରଣବୀରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରହିଛି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ରଣବୀର ପିତାମାତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ତାଗିଦ କରିଛନ୍ତି । ସମୟ ରାଇନା ଭାରତରେ ନଥିବା ବେଳେ ଏହି ମାମଲା ପରେ ସେ କାନାଡାରେ ତାଙ୍କ ଲାଇଭ୍ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ସେ ଏହି ମାମଲା ଉପରେ ମୁହଁ ଖୋଲିଛନ୍ତି । ଶୋ’ରେ ସେ ବହୁତ ଇମୋସନାଲ ମଧ୍ୟ ହୋଇଥିବା ନଜର ଆସିଛନ୍ତି ।
ବିବାଦ ପରେ ସମୟଙ୍କ ପ୍ରଥମ ଶୋ'
ବିବାଦ ପରେ କାନାଡାରେ ପ୍ରଥମ ଥର ପାଇଁ ଲାଇଭ୍ ଶୋ’ରେ ନଜର ଆସିଛନ୍ତି ସମୟ ରାଇନା । ଏହି ସମୟରେ ସେ ବିବାଦ ଉପରେ ମୁହଁ ଖୋଲିଥିଲେ । କାନାଡାର ଏଡମଟନ୍ ସ୍ଥିତ ମାୟର୍ ହୋରୋଭିଜ୍ ଥିଏଟରରେ ସାମାଇ ଏକ ଲାଇଭ୍ ଶୋ କରିଥିଲେ । ଏଠାରେ ସମୟ ତାଙ୍କ ଶୋ ବିବାଦ ଉପରେ କହିଛନ୍ତି । ସମୟ ଯେତେବେଳେ ମଞ୍ଚକୁ ଆସିଥିଲେ, ସେତେବେଳେ ତାଙ୍କର ପ୍ରଥମ ଶବ୍ଦ ଥିଲା, 'ମୋର ଓକିଲଙ୍କ ଦେୟ ପ୍ରଦାନ କରିଥିବାରୁ ଧନ୍ୟବାଦ'। କୁହାଯାଉଛି ଯେ ଶୋ ଆରମ୍ଭ ହେବା ପୂର୍ବରୁ ସମୟଙ୍କ ଆଖିରେ ଲୁହ ଆସିଯାଇଥିଲା । ଏହା ପରେ ସମୟ ଦର୍ଶକଙ୍କୁ କହିଥିଲେ ଯେ 'ଏହି ଶୋ’ରେ ବହୁତ ଲୋକ ଥିବେ, ଯେଉଁଠାରେ ଆପଣ ଭାବିପାରନ୍ତି ଯେ ମୁଁ ବହୁତ ମଜାଳିଆ କଥା କହିପାରେ, କିନ୍ତୁ ତା’ପରେ ବିର୍ବିସେପ୍ସକୁ ମନେ ରଖନ୍ତୁ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେ କହିଥିଲେ, 'ବୋଧହୁଏ ମୋର ଖରାପ ସମୟ କଟୁଛି, କିନ୍ତୁ ବନ୍ଧୁମାନଙ୍କୁ ମନେରଖ, ମୁଁ ସମୟ ଅଟେ ।
ଜାଣନ୍ତୁ ପୁରା ମାମଲା କ'ଣ ?
ହାସ୍ୟ ଅଭିନେତା ସମୟ ରାଇନା ଏବଂ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ସୋ 'ଇଣ୍ଡିଆର ଗଟ୍ ଲାଟେଣ୍ଟ୍'ରେ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦରେ ଘେରି ରହିଛନ୍ତି । ପିତାମାତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ ରଣବୀର ଆହ୍ଲାବାଦିଆ। ଯାହା ପରେ ବିବାଦ ଘନେଇଥିଲା । ଯାହାପରେ ରଣବୀରଙ୍କ ସମେତ ସମୟ ରାଇନା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ନାଁରେ ଏତଲା ଦାୟର କରାଯାଇଛି । ଯାହା ପରେ ରଣବୀର ଏକ ଭିଡିଓ ଜାରି କରି ସମସ୍ତଙ୍କୁ କ୍ଷମା ମାଗିଥିଲେ ଏବଂ ସମୟ ରାଇନା 'ଇଣ୍ଡିଆର ଗଟ୍ ଲାଟେଣ୍ଟ୍'ର ସମସ୍ତ ଶୋ' ୟୁଟ୍ୟବରୁ ହଟାଇ ଦେଇଥିବା କହିଥିଲେ ।