ରାଇରଙ୍ଗପୁର ୧୮/୨: ଅନ୍ଧବିଶ୍ବାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ସ୍ବାମୀ-ସ୍ତ୍ରୀଙ୍କୁ କୁରାଢିରେ ହାଣି ହତ୍ୟା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା କିତାବେଡା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଡାହାଣୀ ସନ୍ଦେହରେ ସ୍ବାମୀ-ସ୍ତ୍ରୀଙ୍କୁ କୁରାଢିରେ ହାଣି ବୀଭତ୍ସ ଭାବରେ ହତ୍ୟା କରିଛି ପଡୋଶୀ । ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଅଜୟ ଫେରାର ହୋଇଯାଉଥିବାବେଳେ ବିଶୋଇ ପୋଲିସ ତାକୁ ଗିରଫ କରିଛି ।