ନୂଆଦିଲ୍ଲୀ ୦୨।୦୪: ସାଉଥ୍ ଠାରୁ ବଲିଉଡ୍ । ଚାରିଆଡେ ଦବ୍ଦବା । ଲଗାତାର ଦେଉଛନ୍ତି ହିଟ୍ ଫିଲ୍ମ । ସେ ଏବେ ସାଉଥ୍ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ । ହାତରେ ରହିଛି ସାଉଥ୍ର ବଡ ବଡ ପ୍ରୋଜେକ୍ଟ । ଏବେ ସେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ନାୟିକା । ନ୍ୟାସନାଲ୍ କ୍ରସ୍ ଏବଂ ଭାଇଜାନଙ୍କ ଯୋଡି ଦେଖିବାକୁ ଏବେ ଫ୍ୟାନ୍ସ ବେଶ୍ ଉତ୍ସାହିତ । ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦାନା । ବେଶ୍ ଆୟ କରୁଛି ତାଙ୍କ ଅଭିନୀତ ଫିଲ୍ମ ।
ପୁଷ୍ପା, ଆନିମଲ, ଛାବା ପରି ଫିଲ୍ମ ବକ୍ସ ଅଫିସରେ କରୁଛି ଟଙ୍କା ବର୍ଷା । ସବୁ ଫିଲ୍ମ ୫୦୦ କୋଟି ଉପରେ କରିଛି ରୋଜଗାର । କିନ୍ତୁ ଏହି ରୋଜଗାରରେ କେବେବି ମିଳିନି ରଶ୍ମିକାଙ୍କୁ କ୍ରେଡିଟ୍ । ପ୍ରାୟ ସମସ୍ତେ ଫିଲ୍ମର କ୍ରେଡିଟ୍ ଅଭିନେତାଙ୍କୁ ଦେଇଛନ୍ତି । ରଶ୍ମିକା ଯେତେ ବି ଫିଲ୍ମରେ ଆସିଛନ୍ତି ନଜର, ସବୁ ଫିଲ୍ମ ହୋଇଛି ହିଟ୍ । ତାଙ୍କ ସ୍କିପ୍ଟ ଚଏସ୍ ଏକଦମ୍ ବେଷ୍ଟ । ଏମିତିକି ସେ ଅନେକ ଫିଲ୍ମ ମେକର୍ସଙ୍କ ପାଇଁ ସାଜିଛନ୍ତି ଲକିଚାର୍ମ ।
୨୦୨୧ରେ ରିଲିଜ୍ ହୋଇଥିଲା ଫିଲ୍ମ ପୁଷ୍ପା । ଅଲୁଅର୍ଜୁନଙ୍କ ସହ ନଜର ଆସିଥିଲେ ରଶ୍ମିକା ମନ୍ଦାନା । ଅଲୁ ଅର୍ଜୁନ ପୁଷ୍ପା ରୋଲ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ରଶ୍ମିକା 'ଶ୍ରୀବଲ୍ଲୀ' ଚରିତ୍ରରେ ଆସିଥିଲେ ନଜର । ଫିଲ୍ମର ‘ସାମି ସାମି’ ଗୀତ ହୋଇଥିଲା ସୁପରହିଟ୍ । ଯାହା ସଫଳତାରେ ନେଇଥିଲା ଏକ ବଡ଼ ଭୂମିକା । ଫିଲ୍ମଟି ଭାରତରେ କେବଳ ୨୬୭ କୋଟି ଆୟ କରିଥିଲା । କିନ୍ତୁ ରଶ୍ମିକାଙ୍କୁ ଏଥିରେ ମିଳିନଥିଲା କୌଣସି କ୍ରେଡିଟ୍ ।
ଏହାବ୍ୟତୀତ ୨୦୨୨ରେ ଦକ୍ଷିଣ ଅଭିନେତା ଦୁଲକୁର ସଲମାନ ଏବଂ ମୃଣାଳ ଠାକୁରଙ୍କ ଅଭିନୀତ 'ସୀତା ରାମମ' । ଏହି ଫିଲ୍ମ ସେହି ବର୍ଷର ସବୁଠାରୁ ସଫଳ ରୋମାଣ୍ଟିକ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମରେ ରଶ୍ମିକା ପାକିସ୍ତାନୀ ଝିଅ ଆଫରିନ ଭୂମିକାରେ ଅଭିନୟ କରିଛନ୍ତି । ଯିଏ ତାଙ୍କ ଜେଜେବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ କାମ କରନ୍ତି । ଫିଲ୍ମଟି ସମସ୍ତଙ୍କୁ ଆସିଥିଲା ପସନ୍ଦ । 'ସୀତା ରାମମ୍'ର ବଜେଟ୍ ୨୫ କୋଟି ରହିଥିଲା । ଏହା ରୋଜଗାର କରିଥିଲା ୬୫ କୋଟି ୪୯ ଲକ୍ଷ । 'ସୀତା ରାମମ୍' ବକ୍ସ ଅଫିସରେ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା।
ରଣବୀର କପୁର ଏବଂ ବବି ଦେଓଲ ଅଭିନୀତ ଫିଲ୍ମ 'ଆନିମଲ୍' । ଫିଲ୍ମକୁ ନେଇ ଇଣ୍ଡଷ୍ଟ୍ରିରେ ହୋଇଥିଲା ବେଶ୍ ଚର୍ଚ୍ଚା । ଫିଲ୍ମରେ ରଣବୀର, ଅନିଲ କପୁର ଏବଂ ବବି ଦେଓଲଙ୍କ କାମ ବହୁତ ଭଲ ଥିଲା। କିନ୍ତୁ ରଶ୍ମିକା ମଧ୍ୟ ତାଙ୍କର ଯାଦୁ ଦେଖାଇବାରେ ଫେଲ୍ ମାରିନଥିଲେ । ଫିଲ୍ମରେ ତାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେ ଗୀତାଞ୍ଜଳି ସିଂ ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୀତ ଫିଲ୍ମ ହିନ୍ଦୀ ସିନେମାର ସବୁଠାରୁ ବଡ଼ ହିଟ୍ ମଧ୍ୟରୁ ଗୋଟିଏ । 'ଆନିମଲ୍' ଭାରତ ବ୍ୟତୀତ, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ଫିଲ୍ମର ବଜେଟ୍ ୧୦୦ କୋଟି ରହିଥିଲା। ଏତେ ପରେ ବି ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ ରଣବୀର ।
୨୦୨୪ ବର୍ଷର ସବୁଠାରୁ ସଫଳ ଫିଲ୍ମ 'ପୁଷ୍ପା ୨' । ଫିଲ୍ମରେ ଅଲୁ ଅର୍ଜୁନଙ୍କ ପୁଷ୍ପା ଚରିତ୍ରରେ ବିଶ୍ବରେ କରିଥିଲେ ରାଜ୍ । 'ପୁଷ୍ପା ୨' ହିନ୍ଦୀ ଭାଷାରେ ମୋଟା ଅଙ୍କରେ କରିଥିଲା ରୋଜଗାର । ଫିଲ୍ମର ବଜେଟ୍ ୪୦୦-୫୦୦ କୋଟି ରହିଥିଲା । ଫିଲ୍ମଟି ସଂଗ୍ରହ କରିଥିଲା ୧୨୩୪ କୋଟି ।
ନିକଟରେ ରିଲିଜ୍ ହୋଇଛି ଭିକି କୌଶଳଙ୍କ ଅଭିନୀତ ଫିଲ୍ମ 'ଛାଭା' । ଫିଲ୍ମଟି ଛତ୍ରପତି ସମ୍ଭାଜୀ ମହାରାଜଙ୍କ କାହାଣୀ ଉପରେ ପ୍ରଦର୍ଶିତ । ରଶ୍ମିକା ଫିଲ୍ମରେ ମହାରାଣୀ ୟେସୁବାଇ ଭୂମିକାରେ ଅଭିନୟ କରିଛନ୍ତି । ଭିକିଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ବେଶ୍ ଜମିଛି । ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । 'ଛାଭା'ର ବଜେଟ୍ ୧୩୦-୧୪୦ କୋଟି । ବର୍ତ୍ତମାନ ଯାଏଁ ଫିଲ୍ମଟି ୫୮୩ କୋଟି ଆୟ କରିଛି । ଏହି ସଂଖ୍ୟା ଆହୁରି ବଢିପାରେ ।
'ଛାଭା' ପରେ ରଶ୍ମିକା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକମାତ୍ର ଅଭିନେତ୍ରୀ, ଯାହାଙ୍କ ଶେଷ ୩ଟି ଫିଲ୍ମ ୫୦୦କୋଟିରୁ ଅଧିକ କଲେକ୍ସନ କରିଛି । ଏବେ ସେ ସଲମାନଙ୍କ 'ସିକନ୍ଦର'ରେ ନଜର ଆସୁଛନ୍ତି । କୁହାଯାଉଛି ସଲ୍ଲୁଙ୍କ ପାଇଁ ଲକି ଚାର୍ମ ହୋଇପାରନ୍ତି ରଶ୍ମିକା । ସେ ସଲମାନଙ୍କ ପାଇଁ ମଧ୍ୟ ଲକି ସାବ୍ୟସ୍ତ ହୋଇପାରନ୍ତି ।