ବାଲିପାଟଣାରେ ଲଭ-ସେକ୍ସ-ଧୋକା, ପ୍ରେମିକ ଘର ଆଗରେ ଫିନାଇଲ ପିଇଲା ପ୍ରେମିକା

Published By : Prameya-News7 Bureau | February 21, 2025 IST

ବାଲିପାଟଣା ୨୧/୨: ବାଲିପାଟଣାରେ ଲଭ୍‌-ସେକ୍ସ-ଧୋକାର ଆଉ ଏକ ଷ୍ଟୋରି, ପ୍ରେମିକ ଘର ଆଗରେ ଫିନାଇଲ ପିଇଲା ପ୍ରେମିକା  । ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସରକଣା ଗାଁର ବିଶ୍ବଜିତ ସାମନ୍ତରାୟଙ୍କ ସହ ଯୁବତୀଙ୍କର ପ୍ରେମ ସଂପର୍କ ଥିଲା । ଆଗକୁ ବାହା ହେବାକୁ ନିଷ୍ପତ୍ତି ନେଇଥିବାରୁ ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ । ଯୁବତୀ ଜଣକ ଥରେ ଗର୍ଭ ନଷ୍ଟ କରିଛନ୍ତି । ତେବେ ହଠାତ ବାହା ହେବାକୁ ମନା କରିଦେଇଥିଲେ ବିଶ୍ବଜିତ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ମାମଲା ଥାନାକୁ ଯାଇଥିଲା । ପୋଲିସ ଅଭିଜିତକୁ ଗିରଫ କରିଥିବାବେଳେ ଜେଲ୍‌ ପଠାଇଦେଇଛି ।  ଏବେ ଯୁବତୀ ଜଣକ ବିଶ୍ବଜିତଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଛନ୍ତି । ଅଧିକାର ଦାବିରେ ତାଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ । ପରେ ପୋଲିସ ତାଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲେ । ତେବେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣକ ବିଶ୍ବଜିତଙ୍କ ଘର ସାମ୍ନାରେ ଫିନାଇଲ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.