କେନ୍ଦ୍ରାପଡାରେ ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ,ଜଣେ ସାଇକେଲ ଆରୋହୀ ମୃତ, ୧୧ ଆହତ

Published By : Prameya-News7 Bureau | February 21, 2025 IST

କେନ୍ଦ୍ରାପଡା୨୧/୨: ମାଟ୍ରିକ ପରୀକ୍ଷା ଦିନ ବଡ ଅଘଟଣ । ପିଲାଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ । ଜଣେ ସାଇକେଲ ଆରୋହୀ ମୃତ,  ୧୧ ପରୀକ୍ଷାର୍ଥୀ ଆହତ । ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ କେନ୍ଦ୍ରାପଡା ରାଜନଗର ବ୍ଲକ ବାଘମାରି ଓ ତାଳଚୁଆ ଅଞ୍ଚଳର ୧୧ ଜଣ ପିଲାଙ୍କୁ ନେଇ ଏକ ବୋଲେରୋ ଖମାରସାହି ନାଗାନାରାୟଣ ହାଇସ୍କୁଲକୁ ଯାଉଥିଲା । ତେବେ କୃଷ୍ଣନଗର ଛକ ଠାରେ ଘଟିଲା ଅଘଟଣ । 

ଜଣେ ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା ବୋଲେରୋ । ତେବେ ଘଟଣାସ୍ଥଳରେ ସାଇକେଲ ଆରୋହୀ ସୁବ୍ରତ ମଣ୍ଡଳଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଗାଡିରେ ଥିବା ୧୧ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.