ବୌଦ୍ଧ ମନମୁଣ୍ଡା ପୋଲିସ ନାଁରେ ସଂଗୀନ ଅଭିଯୋଗ, ବ୍ୟବହାର ହେଉଛି ଗଞ୍ଜେଇ ମାମଲାରେ ଜବତ ଗାଡି

Published By : Prameya-News7 Bureau | February 21, 2025 IST

ବୌଦ୍ଧ ୨୧/୨: ବେନିୟମ କାମକୁ ନେଇ କାଠଡାରେ ବୌଦ୍ଧ ମନମୁଣ୍ଡା ଥାନା ପୋଲିସ । ପୂର୍ବରୁ ଗଞ୍ଜେଇ ମାମଲାରେ ଜବତ ହୋଇଥିବା ଗାଡିକୁ ପୋଲିସ ବ୍ୟବହାର କରୁଥିବା ନେଇ ଆସିଛି ସଂଗୀନ ଅଭିଯୋଗ । କେବଳ ସେତିକି ନୁହେଁ ଗାଡିର ନମ୍ବର ପ୍ଲେଟରେ ଷ୍ଟିକର ମାରି ବ୍ୟବହାର କରାଯାଉଛି । ଜାନୁଆରୀ ୯ରେ ଶାରଧାପାଲି ଗାଁ ନିକଟରୁ ଗଞ୍ଜେଇ ସହିତ ଜବତ ହୋଇଥିଲା ପିକଅପ୍ ଭ୍ୟାନ୍। ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ ଟିଲାଟିଙ୍ଗା ଗ୍ରାମ ନିକଟରୁ ୫ କ୍ବିଣ୍ଟାଲ ଗଂଜେଇ ଜବତ କରିଥିଲା ସେହି ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବା ପରେ ଜବତ କରି ଥାନାକୁ ଆଣି କାଗଜପତ୍ର କରା ଯାଇଥିଲା l


ଜବତ୍ ଗଞ୍ଜେଇକୁ କଣ୍ଟାମାଳ କୋର୍ଟରେ ପ୍ରଦର୍ଶନ ପାଇଁ ନେବା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।  କଣ୍ଟାମାଳ କୋର୍ଟକୁ ପ୍ରଦର୍ଶନ ପାଇଁ ଗଂଜେଇ ଯେଉଁ ଗାଡ଼ିରେ ପରିବହନ କରାଯାଇଛି ତାହା ପୋଲିସ୍ ଗାଡି କିମ୍ବା କୌଣସି ଭଡା ଗାଡ଼ିରେ ପରିବହନ କରାନଯାଇ ଗଂଜେଇ ଚାଲାଣ ମାମଲାରେ ଗତ ଜାନୁଆରୀ ୯ ତାରିଖ ଦିନ ଶରଧାପାଲି ଗାଁ ନିକଟରୁ ଜବତ ହୋଇଥିବା ପିକଅପ ଭ୍ୟାନ OD 03 Y 3984 ଗାଡ଼ି ରେ ପରିବହନ କରୁଥିବା ଦେଖିବାକୁ ମିଳିଛି l ଏଥିସହିତ ଜବତ ଗାଡ଼ିର ଆଗ ଓ ପଛରେ ଥିବା ନମ୍ବର୍ ପ୍ଲେଟରେ ଷ୍ଟିକର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି  । ସେହି ଗାଡ଼ିରେ ଜଣେ ଶ୍ରମିକଙ୍କୁ ଗାଡ଼ି ଡାଲାରେ ଗଞ୍ଜେଇ ବସ୍ତା ଉପରେ ଅତି ବିପଦଜନକ ଅବସ୍ଥାରେ ବସାଇ ନେଉଥିବା ଦେଖିବାକୁ ମିଳିଛି l ତେବେ ପୋଲିସ କିଭଳି ବେନିୟମ ଭାବେ ଖୁଲମଖୁଲା ଜବତ ଗାଡ଼ିକୁ ବ୍ୟବହାର କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.