ଚାଉଁରପୁର ଦ୍ଵିତୀୟ ସେତୁରୁ ମହାନଦୀକୁ ଡେଇଁଲେ ମହିଳା, ଖୋଜୁଛନ୍ତି ପୋଲିସ ଓ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | March 10, 2025 IST

ସମ୍ବଲପୁର ୧୦: ମହାନଦୀକୁ ଡେଇଁଲେ ମହିଳା । ସମ୍ବଲପୁର ସ୍ଥିତ ଚାଉଁରପୁର ବ୍ରିଜ୍‌ରୁ ମହାନଦୀକୁ ଡେଇଁଲେ ମହିଳା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ସ୍ଥିତ ଚାଉଁରପୁର ଦ୍ଵିତୀୟ ସେତୁରୁ ମହାନଦୀକୁ ଡେଇଁଲେ ମହିଳା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ତେବେ ମହିଳା ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ସହ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । 

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅନେକ ମହିଳା ଏହି ବ୍ରିଜ୍‌ରୁ ଡେଇଁଥିବା ନଜିର ରହିଛି । ଏହି ବ୍ରିଜ୍ ଆତ୍ମହତ୍ୟାର ହଟ୍ ସ୍ପଟ୍ ପାଲଟିଗଲାଣି ।

You Can Read:

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ନେବ STF, କେଉଁ ଦଲାଲ ବର୍ଡର ପାସ୍ କରାଉଥିଲା ଧରିବାକୁ କରିବ ଉଦ୍ୟମ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.