ଛୁରାମାଡ ପରେ ସୁଟିଂକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, କହିଲେ-ଫିଲ୍ମ ପାଇଁ ବହୁତ ଉତ୍ସାହିତ...

Published By : Prameya-News7 Bureau | February 05, 2025 IST

ମୁମ୍ଵାଇ ୦୫।୦୨; ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ। ତାଙ୍କ ଘରେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ସୈଫ ଅଲ୍ଲୀ ଖାନ୍ । ମୁମ୍ବାଇର ଏକ ନେଟଫ୍ଲିକ୍ସ ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆକ୍ରମଣ ପରେ ଏହା ତାଙ୍କର ପ୍ରଥମ ଉପସ୍ଥିତି ରହିଥିଲା।

ସୈଫ୍ ଜୁଏଲ୍ ଥିଫ୍: ଦି ହିଷ୍ଟ୍ ବିଗିନ୍ସରେ ନଜର ଆସିବେ ସୈଫ । ଏହା ଚଳିତ ବର୍ଷ ପାଇଁ ନେଟଫ୍ଲିକ୍ସ ଦ୍ୱାରା ଘୋଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ସୈଫ୍ ହାତରେ ପ୍ଲାଷ୍ଟର ଲଗାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଘଟଣା ପରେ ବର୍ତ୍ତମାନ ସାମ୍ନାକୁ ଆସି ସେ ବହୁତ ଖୁସି ଥିବା ଦେଖାଯାଇଛି ।

ସେଠାରେ ସେ କହିଛନ୍ତି, ସାମ୍ନାରେ ଠିଆ ହୋଇ ବହୁତ ଭଲ ଲାଗୁଛି । ଏଠାକୁ ଆସି ବହୁତ ଭଲ ଲାଗୁଛି । ମୁଁ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ । ସିଦ୍ଧାର୍ଥ ଏବଂ ମୁଁ ବହୁତ ଦିନ ଧରି ଏହା ବିଷୟରେ କଥା ହେଉଛୁ । ଏହା ଏକ ସୁନ୍ଦର ଫିଲ୍ମ ଏବଂ ଏହା ପାଇଁ ମୁଁ ବହୁତ ଉତ୍ସାହିତ ବୋଲି କହିଛନ୍ତି । କହିବାକୁ ଗଲେ ଜାନୁଆରୀ ୧୬ ତାରିଖରେ ବାନ୍ଦ୍ରାରେ ସୈଫଙ୍କ ଘରେ ଚୋରି ସମୟରେ ତାଙ୍କୁ ଛୁରିମାଡ ହୋଇଥିଲା । ଅଭିଯୁକ୍ତ ଅପରାଧୀ ପୋଲିସ ହେପାଜତରେ ଅଛି। ସେବେଠାରୁ ତାଙ୍କ ଘରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.