ଗାଜା ଷ୍ଟ୍ରିପ ଦଖଲକୁ ନେବ ଆମେରିକା, ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ରମ୍ପଙ୍କ ଘୋଷଣା

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ ୦୫/୦୧: ମଧ୍ୟପ୍ରାଚ୍ୟରେ ଆମେରିକା ତୁଲାଇପାରେ ବଡ଼ ଭୂମିକା। ଗାଜାଷ୍ଟ୍ରିପକୁ ଆମେରିକା ହାତକୁ ନେବ ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଧ୍ୱସ୍ତବିଧ୍ୱସ୍ତ ଗାଜାକୁ ନିୟନ୍ତ୍ରଣ ନେବା ପରେ ଏହାର ବିକାଶ କରାଯିବ ବୋଲି କହିଛନ୍ତି ଟ୍ରମ୍ପ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ। 

ଟ୍ରମ୍ପଙ୍କ ଏହି ଘୋଷଣାକୁ ପ୍ରଶଂସା କରିଛନ୍ତି ନେତନ୍ୟାହୁ । ସେ କହିଛନ୍ତି- ଟ୍ରମ୍ପଙ୍କ ଏହି ଘୋଷଣା ଇତିହାସକୁ ବଦଳାଇବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଗାଜାକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନା ନୂଆମୋଡ ନେଇଛି। ବିଭିନ୍ନ ରାଷ୍ଟ୍ରଙ୍କ ଗାଜା ନୀତି ମଧ୍ୟ ପ୍ରଭାବିତ ହୋଇଛି। ଗତ ୨୦୨୩ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସାରା ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଛି। ୪୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହେଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.