ପାକିସ୍ତାନରେ ଯାତ୍ରୀବାହୀ ଟ୍ରେନ୍‌କୁ କବ୍ଜା କଲେ ବଲୋଚିସ୍ତାନ ଉଗ୍ରବାଦୀ: ୧୦୦ ଜଣଙ୍କୁ ବନ୍ଧକ ବନାଇଲେ

Published By : Prameya-News7 Bureau | March 11, 2025 IST

internet

ଇସ୍ଲାମାବାଦପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାତ୍ରୀବାହୀ ଟ୍ରେନ୍‌କୁ କବ୍ଜା କରି ନେଇଛନ୍ତି ବଲୋଚ ଆତଙ୍କବାଦୀ ସଂଗଠନ। ଟ୍ରେନ୍‌ରେ ଶତାଧିକ ଯାତ୍ରୀ ଥିବା କୁହାଯାଉଛି। ପାକିସ୍ତାନ ମିଡିଆ ଆର୍ଯ୍ୟା(ARY News) ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ବଲୋଚିସ୍ତାନର ମାଚ ଏରିଆରେ ଆତଙ୍କବାଦୀମାନେ ଜାଫର ଏକ୍ସପ୍ରେସକୁ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଟ୍ରେନ୍‌ ଡ୍ରାଇଭର ଗଭୀର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଜାଫ୍ରା ଏକ୍ସପ୍ରେସ ପେଶାୱାର-କ୍ୱେଟା ଯାଉଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଘଟଣା ପରେ ସିବ୍ବି ହସ୍‌ପିଟାଲ୍‌ରେ ଏମାର୍ଜେନ୍ସି ଘୋଷଣା କରାଯାଇଛି। ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ଭଡ଼ା ଫେରସ୍ତ କରାଯିବ ବୋଲି ଆର୍ଯ୍ୟା ନ୍ୟୁଜ୍ ରିପୋର୍ଟ କରିଛି। 

ସେପଟେ ରୟଟର୍ସ ତା ରିପୋର୍ଟରେ କହିଛି ଯେ ବିଚ୍ଛିନ୍ନତାବାଦୀ ବଲୋଚ ଉଗ୍ରବାଦୀମାନେ ୪୦୦ ଯାତ୍ରୀ ଥିବା ଟ୍ରେନ୍‌କୁ ବନ୍ଧକ ବନାଇଛନ୍ତି। ଉଗ୍ରବାଦୀଙ୍କ ଗୁଳିରେ ଟ୍ରେନ୍ ଡ୍ରାଇଭର ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାରି ହୋଇଥିବା ବବିୃତ୍ତିରେ କୁହାଯାଇଛି ଯେ ସେମାନେ ଟ୍ରେନ୍‌କୁ ସମ୍ପୂର୍ଣ୍ଣ କବ୍ଜା କରିନେଇଛନ୍ତି। ୧୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ବନାଯାଇଥିବା ବେଳେ ୬ ସେନା କର୍ମୀଙ୍କୁ ହତ୍ୟା କରିଥିବା କୁହାଯାଇଛି।  

ପଢନ୍ତୁ- ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଆମେରିକାରେ ମିଳିଲାନି ଏଣ୍ଟ୍ରି: ଲସ୍‌ ଆଞ୍ଜେଲେସ୍‌ରୁ ତଡ଼ି ଦେଲା
ରେଳବାଇ ଅଧିକାରୀମାନେ ରଏଟର୍ସଙ୍କୁ କହିଛନ୍ତି ଯେ ଜାଫର ଏକ୍ସପ୍ରେସ୍ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟାରୁ ଖାଇବର ପଖତୁନଖ୍ୱାର ପେଶାୱାରକୁ ଯାତ୍ରା କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ବନ୍ଧକଙ୍କ ମଧ୍ୟରେ ପାକିସ୍ତାନ ସେନା କର୍ମୀ ଓ ଅନ୍ୟ ସୁରକ୍ଷାକର୍ମୀମାନେ ବି ଅଛନ୍ତି ବୋଲି ବଲୋଚ ଲିବରେସନ ଆର୍ମି(ବିଏଲଏ) କହିଛି। ବିଏଲଏ ବଲୋଚିସ୍ତାନକୁ ପାକିସ୍ତାନ ଠାରୁ ସ୍ୱାଧୀନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କର ବିଦ୍ରୋହ ଜାରି ରହିଛି। 

ବିଏଲଏ କହିଛି ଛୁଟିରେ ପଞ୍ଜାବ ଯାଉଥିବା ପାକିସ୍ତାନୀ ସାମରିକ ବାହିନୀ, ପୋଲିସ, ଆତଙ୍କବାଦ ବିରୋଧୀ ବାହିନୀ (ATF) ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) କର୍ତ୍ତବ୍ୟରତ କର୍ମଚାରୀଙ୍କୁ ବନ୍ଧକ ବନାଯାଇଛି। କେବଳ ମହିଳା, ପିଲା ଓ ବଲୋଚ ନାଗରିକଙ୍କୁ ଛାଡି ଦିଆଯାଇଛି ବୋଲି ସେମାନେ ଦାବି କରିଛନ୍ତି। ତେବେ କେତେ ବନ୍ଧକ ରହିଛନ୍ତି କେତେ ଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ ବଲୋଚ ଉଗ୍ରବାଦୀ ସଂଗଠନ କିମ୍ବା ପାକିସ୍ତାନ ରେଳବାଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। 

ବଲୋଚିସ୍ତାନ ଉଗ୍ରବାଦୀମାନେ ପାକିସ୍ତାନ ଠାରୁ ଏହାର ସ୍ୱାଧୀନତା ଦାବି କରୁଛନ୍ତି। ନିକଟରେ ଏହି ଗ୍ରୁପ ପାକିସ୍ତାନ ଓ ଚୀନ ବିରୋଧରେ ଆକ୍ରମଣ ତୀବ୍ର କରିବ ବୋଲି ଘୋଷଣା କରିଥିଲା। ନେଇ ବଲୋଚ ନ୍ୟାସ୍‌ନାଲ ଆର୍ମିର୍ ଘୋଷଣା ବି କରିଥିଲା। ନିକଟରେ ସଂଗଠନ ପାକିସ୍ତାନରେ ଏକାଧିକ ଆକ୍ରମଣ ଜାରି ରଖିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.