ପାକିସ୍ତାନରେ ଟ୍ରେନ୍ ଅପହରଣ ପରେ ୧୦୪ ବନ୍ଧକଙ୍କୁ ଛାଡିଲେ, BLA କହିଲା ୩୦ ସୈନ୍ୟଙ୍କୁ ମାରିଛୁ

Published By : Prameya-News7 Bureau | March 12, 2025 IST

ପେଶାଓ୍ୱାର ୧୨/୦୩:ପାକିସ୍ତାନର ପେସୱାର-ବଣ୍ଡ ଜାଫର ଏକ୍କପ୍ରେସ ଟ୍ରେନ ଅପହରଣ । ଟ୍ରେନଟି ବେଲୁଚିସ୍ତାନରୁ କ୍ବେଟା ଯାଉଥିବା ବେଳେ ବୋଲନ୍‌ ଠାରେ ଅପହରଣ । ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକର ତିନି ସେନା ମୁତୟନ । ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ଟ୍ରେନ ଅପହରଣ କରିଛି ପାକିସ୍ତାନରେ ଟ୍ରେନ ଅପହରଣ । ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକ ସେନା । 

ଏବେ ବି ଅନେକ ଲୋକ ଅଛନ୍ତି ବନ୍ଧକ । ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ସହ ଯୁଦ୍ଧରେ ୩୦ ପାକିସ୍ତାନ ଯବାନଙ୍କୁ ହତ୍ୟା କରିଛନ୍ତି । ଏହାସହ ୧୦୪ ବନ୍ଧକଙ୍କୁ ଛାଡିଛନ୍ତି । ତେବେ ଅନ୍ୟ ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଣ୍ଟାର ଅଲଟିମେଟମ ଦେଇଛି ବଲୁଚ ଲିବରେସନ ଆର୍ମି । ନହେଲ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଛି ବଲୁଚ ଲିବରେସନ ଆର୍ମି । ପାକିସ୍ତାନ ଜେଲରେ ବନ୍ଦୀ ଥିବା ବେଲୁଚ ନାଗରିକଙ୍କୁ ନ ଛାଡିଲେ ଏଭଳି ଦଶା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଏଲଏ । 

ଦିନରେ ବୋଲନ୍‌ ଠାରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ ବଲୁଚ ଲିବରେସନ୍ ଆର୍ମି, ବିଏଲଏର ଆତଙ୍କୀ। ଟ୍ରେନଟି ବେଲୁଚିସ୍ତାନରୁ କ୍ବେଟା ଯାଉଥିଲା । ଦୀର୍ଘ ଦିନ ଧରି ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆସୁଛି ବଲୋଚ୍ ଆର୍ମି । ଏହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ କରୁଛି । ଏବେ ସମ୍ପୂର୍ଣ୍ଣ ଟ୍ରେନ୍ ଅପହରଣ କରି ନେଇଛି ବଲୋଚ୍ ଆର୍ମି, ବିଏଲଏ । ଜାଫର ଏକ୍ସପ୍ରେସ୍‌ରେ ୪୫୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୮୦ ଜଣ ମୁକୁଳିଥିବା ନେଇ ସୂଚନା ମିଳିଛି । 

ସମସ୍ତ ବନ୍ଧକକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଉଭୟ ଆକାଶ ଓ ସ୍ଥଳଭାଗରୁ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ହେଲିକପ୍ଟର ଓ ଡ୍ରେନର ବ୍ୟବହାର କରାଯାଉଛି । ବିଏଲଏ ଦାବି କରିଛି, ଟ୍ରେନରେ ଥିବା ମହିଳା, ଶିଶୁ ଓ ବେଲୁଚ ନାଗରିକଙ୍କୁ ଛାଡି ଦିଆଯାଇଛି । କେବଳ ପାକିସ୍ତାନ ସେନା, ପୋଲିସ, ଆଇଏସଆଇ ଓ ଏଟିଏଫ ଯବାନଙ୍କ ସମେତ ଅନେକଙ୍କୁ ବନ୍ଧକ ରଖାଯାଇଛି ।  




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.