ମୁମ୍ଵାଇ ୦୫।୦୨; ଗତ ମାସରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଏବଂ ବୀର ପହରିଆଙ୍କ ଅଭିନୀତ ଫିଲ୍ମ 'ସ୍କାଏ ଫୋର୍ସ' ଜିତୁଛି ଦର୍ଶକଙ୍କ ମନ। ବକ୍ସ ଅଫିସରେ କରୁଛି ମୋଟା ଅଙ୍କର ଆୟ । ଫିଲ୍ମଟି ଘରୋଇ ବକ୍ସ ଅଫିସ ସହିତ ବିଦେଶୀ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ୧୬୦ କୋଟି ଟଙ୍କା ବଜେଟରେ ନିର୍ମିତ 'ସ୍କାଏ ଫୋର୍ସ' ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧୫୦ କୋଟି ଟଙ୍କା ପାର୍ କରିସାରିଥିବା ବେଳେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।
ଫିଲ୍ମଟି ୧୦ ଦିନରେ ସାରା ବିଶ୍ୱରେ ୧୫୩ କୋଟି ଟଙ୍କା ରୋଜଗାର କରିଛି । ଯେତେବେଳେ ଭାରତରେ ଏହା ୧୧୯.୫ କୋଟି ଟଙ୍କାର ମୋଟ କଲେକ୍ସନ କରିଛି । ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଯୁଦ୍ଧ ଆକ୍ସନ ଥ୍ରୀଲର ଗୋଟିଏ ସପ୍ତାହରେ ୯୯.୭ କୋଟି ଟଙ୍କାର ବ୍ୟବସାୟ କରିଛି । ୮ମ ଦିନରେ ୪.୬ କୋଟି ଟଙ୍କାର ବ୍ୟବସାୟ କରିବା ପରେ, ଫିଲ୍ମଟି ୧୦୦ କୋଟି ଟଙ୍କା ଅତିକ୍ରମ କରିବାରେ ସଫଳ ହୋଇଛି । 'ସ୍କାଏ ଫୋର୍ସ' ୮ ଦିନରେ ୧୦୪.୩ କୋଟି ଟଙ୍କା ରୋଜଗାର କରିଛି । ସେହିପରି ଦ୍ୱିତୀୟ ଶନିବାର ଏବଂ ରବିବାରରେ, ଏହା ଯଥାକ୍ରମେ ୭.୪ କୋଟି ଏବଂ ୭.୮ କୋଟି ଟଙ୍କା ଆୟ କରିଥିଲା ।
ଏହିପରି, ୧୦ ଦିନରେ ଭାରତରେ 'ସ୍କାଏ ଫୋର୍ସ'ର ମୋଟ କଲେକ୍ସନ ୧୧୯.୫ କୋଟି ଟଙ୍କା ଥିଲା । ୧୧ତମ ଦିନରେ ଫିଲ୍ମଟି ୧.୬ କୋଟି ଟଙ୍କା ରୋଜଗାର କରିଥିଲା । ମୁକ୍ତିର ୧୨ତମ ଦିନରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଥିଲା । ୧୨ତମ ଦିନରେ ଫିଲ୍ମଟି ପ୍ରାୟ ୧.୩୫ କୋଟି ଟଙ୍କା ରୋଜଗାର କରିଛି । ଏହି ୧୨ ଦିନ ପରେ, ଭାରତରେ 'ସ୍କାଏ ଫୋର୍ସ'ର ମୋଟ ସଂଗ୍ରହ ୧୨୨.୪୫ କୋଟି ଟଙ୍କା ହୋଇଛି । ପ୍ରକାଶ ଥାଉକି, ଅକ୍ଷୟ କୁମାରଙ୍କ ଆକ୍ସନ ଫିଲ୍ମ 'ସ୍କାଏ ଫୋର୍ସ' ୨୦୨୫ର ପ୍ରଥମ ଫିଲ୍ମ ଯାହା ୧୦୦ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମଟି ସନ୍ଦୀପ କେୱଲାନି ଏବଂ ଅଭିଷେକ ଅନିଲ କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ ।