ଜିଲ୍ଲା ପରିଷଦ ସଦସ୍ୟାଙ୍କ ଦବଙ୍ଗଗିରି, ନିଜେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କୁ ମାରିଲେ ମାଡ଼

Published By : Prameya-News7 Bureau | January 25, 2025 IST

ଉଦଳା ୧: ନିଜ ପଦବୀର ଦେଖାଇଲେ ପାୱାର, ଜଣେ ମହିଳା ହୋଇଥିଲେ ସୁଦ୍ଧା ଭୁଲିଗଲେ ସବୁକିଛି । ରାଉଡି ସାଜି ଜଣେ ମହିଳାଙ୍କୁ ତଳେ ଗଡ଼ାଇ ନିର୍ଘାତ ମାଡ଼ ମାରିଲେ ଜିଲ୍ଲା ପରିଷଦ ସଦସ୍ୟା । ଯାହାର ଭିଡିଓ ଏବେ ବେଶ ଭାଇରାଲ ହୋଇଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ରାଉଡି ଜିଲ୍ଲା ପରିଷଦଙ୍କ ଦବଙ୍ଗଗିରି ଭିଡିଓ । 

ମୟୁରଭଞ୍ଜ ଜିଲ୍ଲା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ସେଠୀ ଜଣେ ମହିଳାଙ୍କୁ ତଳେ ଗଡେଇ ପକାଇ ନିର୍ଘାତ ମାଡ଼ ମାରୁଛନ୍ତି । କେବଳ ସେତିକି ନୁହେଁ ମହିଳାଙ୍କୁ ଜିଲ୍ଲା ପରିଷଦ ଉର୍ମିଳା ସେଠୀ ମାଡ଼ ମାରିଥିବା ବେଳେ ଅନ୍ୟ ଜଣେ ମହିଳା ମଧ୍ୟ ତାଙ୍କ ସହିତ ସାମିଲ ହୋଇ ଉକ୍ତ ମହିଳାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ଏହି ଘଟଣାଟି ଦିନକ ପୂର୍ବର ହୋଇଥିବା ବେଳେ ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକ ପୁରୁଣାବାରିପଦା ଗ୍ରାମର ଘଟଣା । ଏହା ସହିତ ଜଣେ ଅସହାୟ ମହିଳାଙ୍କ ନିକଟରୁ ସରକାରୀ ଜମି ଜବରଦଖଲ କରିବା ପାଇଁ ଜିଲ୍ଲା ପରିଷଦ ଚାହିଁଥିବା ବେଳେ ଏହାକୁ ମହିଳା ବିରୋଧ କରିଥିବାରୁ ତାଙ୍କୁ ଏଭଳି ଦବଙ୍ଗଗିରି ଦେଖାଇ ମାଡ଼ ମରାଯାଇଥିବା ଜଣାଯାଇଛି । ଏ ବାବଦରେ ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଆମକୁ ସହଯୋଗ କରିନଥିଲେ ।

You Can Read:

ବଡ଼ଖମଣ ଜଙ୍ଗଲରେ କଲରା ପତରିଆ ବାଘର ଗଳିତ ମୃତଦେହ, ଶିକାରୀ ମାରିଥିବା ସନ୍ଦେହ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.