ବଡ଼ଖମଣ ଜଙ୍ଗଲରେ କଲରା ପତରିଆ ବାଘର ଗଳିତ ମୃତଦେହ, ଶିକାରୀ ମାରିଥିବା ସନ୍ଦେହ

Published By : Prameya-News7 Bureau | January 25, 2025 IST

NEWS UPDATE

ଘଟଗାଁ ୧: ଜଙ୍ଗଲରେ ପଡ଼ିଛି କଲରା ପତରିଆ ବାଘର ମୃତଦେହ । ବାଘର ଗଳିତ ମୃତଦେହ ଠାବ କରିଛି ବନ ବିଭାଗ । ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶିକାରୀ ମାରିଥିବା ସନ୍ଦେହ କରାଯାଉଛି । ତେଲକୋଇ ରେଞ୍ଜ ବଡ଼ଖମଣ ଜଙ୍ଗଲରେ ଠାବ ହୋଇଛି ବାଘ ମୃତଦେହ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବଡ଼ଖମଣ ଜଙ୍ଗଲରେ କଲରା ପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି । ତେଲକୋଇ ରେଞ୍ଜ ତାଳପଦା ସେକ୍ସନର ବଡ଼ଖମଣ ଜଙ୍ଗଲରେ କଲରା ପତରିଆ ବାଘର ଗଳିତ ମୃତଦେହ ଠାବ କରିଛି ବନ ବିଭାଗ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବାଘଟିକୁ ଶିକାରୀ ମାନେ ମାରିଥିବା ସନ୍ଦେହ କରାଯାଉଛି । 

ଅନ୍ୟପକ୍ଷରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବାଘର ଗଳିତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତ ବାଘର ବୟସ ୪ରୁ ୫ବର୍ଷର ବୋଲି ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

You Can Read:

ମାହାଙ୍ଗା ଡବଲ୍ ମର୍ଡର କେସ୍‌କୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ, ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.