ମାହାଙ୍ଗା ଡବଲ୍ ମର୍ଡର କେସ୍‌କୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ, ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | January 25, 2025 IST

ମାହାଙ୍ଗା ୨୧: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡୁଆ । ଡବଲ୍ ମର୍ଡର ମାମଲାକୁ ବିଚାର ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିମ୍ନ ଅଦାଲତରେ ସାକ୍ଷୀଙ୍କ ବୟାନ ରେକର୍ଡ କରି ସତ୍ୟପାଠ ଜରିଆରେ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏହି ମାମଲାରେ ମୃତକ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ।

ମାହାଙ୍ଗା ଡବଲ ମର୍ଡର ମାମଲା, ସାଲେପୁରJMFC ଅଦାଲତଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

ଗତ ଅକ୍ଟୋବର ମାସରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ମିଳିଥିଲା ଆଶ୍ବସ୍ତି । ମାମଲାରେ ତାଙ୍କର ସଂପୃକ୍ତି ନଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ସେ ତଦନ୍ତର ସମ୍ମୁଖୀନ ହେବା ନେଇ ନିମ୍ନ ଅଦାଲତ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ ରଦ୍ଦ କରିଥିଲେ ହାଇକୋର୍ଟ । 


ଗତ ୨୦୨୩, ୨୫ ସେପ୍ଟେମ୍ବରରେ ସାଲେପୁର JMFC ନିର୍ଦ୍ଦେଶ ଦେଇଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ତଦନ୍ତର ସମ୍ମୁଖୀନ ହେବେ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଦେଶର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ JMFC ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ । ମଙ୍ଗଳବାର ପ୍ରତାପଙ୍କ ଆବେଦନର ଚୂଡ଼ାନ୍ତ ରାୟ ଆସିଥିଲା । ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ ରଦ୍ଦ କଲା ପରେ ପ୍ରତାପ ଜେନାଙ୍କୁ କ୍ଲିନ ଚିଟ୍‌ ମିଳିବ ବୋଲି କୁହାଯାଉଥିଲା । 

You Can Read:

ରାଷ୍ଟ୍ରପତି ପୁରସ୍କାର ଘୋଷଣା, ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ପଦକ

  • Supreme Court
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.