ବେଆଇନ ଚାଲାଣ ବେଳେ ୧୮୫ ମଇଁଷି ଉଦ୍ଧାର, ୬ ଜଣଙ୍କୁ ଅଟକ ରଖି ପଚରାଉଚରା

Published By : Prameya-News7 Bureau | March 11, 2025 IST

ମୋରଡା : ରାଜ୍ୟରେ ଦିନକୁ ଦିନ ଗାଈ-ଗୋରୁ, ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର ହୋଇଥିବାରୁ ବେଆଇନ ଗୋ-ଚାଲାଣ ଓ ଗୋହତ୍ୟା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ଦାବି କରିଆସୁଛନ୍ତି । ଗୋ-ଚାଲାଣ ହେଉ କି ମଇଁଷି ଚାଲାଣ କମିବା ଦେଖିବାକୁ ମିଳୁନାହିଁ । ଦିନକୁ ଦିନ ଗୋମାତା ଓ ମଇଁଷିଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି । ମୟୂରଭଞ୍ଜ ଜିଲ୍ଲା ମୋରଡା, ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗକୁ ହେଉଛି ମଇଁଷି ଓ ଗୋ-ଚାଲାଣ । 

ତେବେ ସୋମବାର ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଇଁଷି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଖବର ଦେଇଥିଲେ । ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୮୫ଟି ମଇଁଷି ଉଦ୍ଧାର କରାଯାଇଛି । ପରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ସମସ୍ତ ଦିନକୁ ଦିନ ଗାଈ ଗୋରୁ, ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ବେଆଇନ ଗୋ ଚାଲାଣ ଓ ଗୋହତ୍ୟା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ଦାବି କରିଆସୁଛନ୍ତି । ଗୋ-ଚାଲାଣ ହେଉ କି ମଇଁଷି ଚାଲାଣ କମିବା ଦେଖିବାକୁ ମିଳୁନାହିଁ ଦିନକୁ ଦିନ ଗୋମାତା ଓ ମଇଁଷିଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି । ମୟୂରଭଞ୍ଜ ଜିଲ୍ଲା ମୋରଡା, ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗକୁ ହେଉଛି ମଇଁଷି ଓ ଗୋ-ଚାଲାଣ । 

ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଇଁଷି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଖବର ଦେଇଥିଲେ । ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୮୫ଟି ମଇଁଷିକୁ ଉଦ୍ଧାର କରାଯାଇଛି । ପରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ପଚରାଉଚରା କରାଯାଉଛି । ସମସ୍ତ ମଇଁଷି ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଆସୁଥିଲା । ଦିନବେଳେ ନିଛାଟିଆ ସ୍ଥାନରେ ସମସ୍ତ ମଇଁଷିକୁ ରଖୁଥିବା ବେଳେ ରାତିରେ ସମସ୍ତ ମଇଁଷିକୁ ଚଲାଇ ଚଲାଇ ମୋରଡା ଥାନା ଅଞ୍ଚଳ ହୋଇ ପାର କରୁଥିବା ଖବର ପାଇ ମୋରଡା ପୋଲିସ ଚଢାଉ ଥାନାକୁ ଅଣାଯାଇଛି । ତେବେ ମଇଁଷିକୁ ଗୋଡ଼ାଇ ନେଉଥିବା ବ୍ୟକ୍ତି କହିଛନ୍ତି ଯେ, ବିଭିନ୍ନ ଥାନାରେ ଟଙ୍କା ଦେଇ ଆଣୁ ।

You Can Read:

ରାଜଧାନୀରେ ଗର୍ଜିଲେ ନବ ନିର୍ମାଣ କୃଷକ ସଙ୍ଗଠନ, ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.