ରାଜଧାନୀରେ ଗର୍ଜିଲେ ନବ ନିର୍ମାଣ କୃଷକ ସଙ୍ଗଠନ, ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ

Published By : Prameya-News7 Bureau | March 11, 2025 IST

ଭୁବନେଶ୍ବର ୧୧।୩: ରାଜଧାନୀରେ ଗର୍ଜିଲେ ନବ ନିର୍ମାଣ କୃଷକ ସଙ୍ଗଠନ । ବିଧାନସଭା ଭିତରକୁ ଧସେଇ ପଶିବାକୁ କୃଷକ ସଙ୍ଗଠନ ଉଦ୍ୟମ କରିଛନ୍ତି । ପୋଲିସ ସହ ନବ ନିର୍ମାଣ କୃଷକ ସଙ୍ଗଠନ ସଦସ୍ୟ ମାନେ ଧସ୍ତାଧସ୍ତି ହୋଇଛନ୍ତି । 

କୃଷକଙ୍କ ବିଭିନ୍ନ ଦାବି ନେଇ ଦୀର୍ଘ ୨୫ଦିନ ହେଲା ଧାରଣାରେ ବସିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନ । କଟନି ଛଟନି, ଚାଷୀ ମାରଣ ନୀତି ବିରୋଧରେ ଧାରଣା ଦେଇଛନ୍ତି । ଆଲୋଚନା ପାଇଁ ସରକାର ନଡାକିବାରୁ ତେଜିଲା ସଙ୍ଗଠନର ଆନ୍ଦୋଳନ । ବିଧାନସଭା ଘେରାଉ ସହ ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

You Can Read:

ବିଧାନସଭାରେ ଅଚଳାବସ୍ଥା ଜାରି : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.