ଭୁବନେଶ୍ବର ୫।୮: ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜନୀତି ରୁଟି ସେକିବା ହେଉଛି ବିରୋଧୀଙ୍କ କାମ । ବିରୋଧୀ ରାଜନୀତି କରିବା ପାଇଁ ଅଯଥାରେ ନିଜ ରାଜ୍ୟକୁ ବଦନାମ କରୁଛନ୍ତି । କଂଗ୍ରେସକୁ ଟାର୍ଗେଟ୍ କରି କହିଲେ, ରାହୁଲ ଗାନ୍ଧୀ ଦେଶକୁ ବଦନାମ କରୁଛନ୍ତି l ଭକ୍ତ ଦାସଙ୍କ ନେତୃତ୍ଵାଧୀନ କଂଗ୍ରେସ ରାଜ୍ୟକୁ ବଦନାମ କରିବାର ଚେଷ୍ଟା କରୁଛି । ଜଳ ବିନା ମାଛ ଯେମିତି ଛଟପଟ ହୁଏ, ବିରୋଧୀଙ୍କ ଅବସ୍ଥାର ସେୟା l କ୍ଷମତା ଯିବା ପରେ ଛଟପଟ ହୋଇ ନିଜ ରାଜ୍ୟକୁ ବଦନାମ କରିବା, ମିଛ ପ୍ରପୋଗଣ୍ଡା କରିବା ଆରମ୍ଭ କରିଛନ୍ତି ବିରୋଧୀ । ରାଜନୈତିକ ଲଢେଇ ଯଦି ଲଢ଼ିବାକୁ ଚାହୁଁଛନ୍ତି ସଠିକ୍ ଭାବେ ଲଢନ୍ତୁ । ଆମେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ । ବିତର୍କକୁ ଆସିବାକୁ ଆହ୍ୱାନ ଦେଲେ ଆଇନ ମନ୍ତ୍ରୀ ।
You Can Read:
ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି, ଶ୍ରୀମନ୍ଦିରରେ କଡ଼ା ଚେକିଂ ନେଇ ପ୍ରକ୍ରିୟା ଆରମ୍ଭ ହେବ