ମୁମ୍ୱାଇ ୦୫/୦୮: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ । ଦିଲ୍ଲୀର RML ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିବା ଫଳରେ ତାଙ୍କର ଚିକିତ୍ସା ଚାଲିଥିଲା।
Delhi's Ram Manohar Lohia Hospital says former governor Satyapal Malik passed away at 1.10 pm today. https://t.co/rK0iXcYobN
— ANI (@ANI) August 5, 2025
ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ସେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ମେ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ମଲିକଙ୍କୁ ଚଳିତ ବର୍ଷ ମେ ମାସରେ ମୂତ୍ରନଳୀରେ ସଂକ୍ରମଣ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା। ମଲିକଙ୍କୁ ମେ ୧୧ ତାରିଖରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତାଙ୍କର ଉଭୟ କିଡନୀ କାମ କରିବା ବନ୍ଦ କରିଦେଇଥିଲା। ତାଙ୍କ ଅବସ୍ଥା ବହୁତ ଗମ୍ଭୀର ହୋଇଯାଇଥିଲା।
ସେ ଜୁନ୍ ୭ ତାରିଖରେ ଟ୍ୱିଟ୍ କରି କହିଥିଲେ, 'ନମସ୍କାର ବନ୍ଧୁଗଣ। ମୁଁ ଗତ ଗୋଟିଏ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ କିଡନୀ ସମସ୍ୟାରେ ପୀଡିତ। ମୋର ଅବସ୍ଥା ବହୁତ ଗମ୍ଭୀର ହେଉଛି।'
नमस्कार साथियों।
— Satyapal Malik (@SatyapalMalik6) June 7, 2025
मैं पिछले लगभग एक महीने के करीब से हस्पताल में भर्ती हूं और किड़नी की समस्या से जूझ रहा हूं।
परसों सुबह से मैं ठीक था लेकिन आज फिर से मुझे ICU में शिफ्ट करना पड़ा। मेरी हालत बहुत गंभीर होती जा रही है।
मैं रहूं या ना रहूं इसलिए अपने देशवासियों को सच्चाई बताना…
କହିବାକୁ ଗଲେ ମଲିକ ଅଗଷ୍ଟ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୫ ଅଗଷ୍ଟ ୧୦୧୯ରେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା।