ସାଇନ୍ସ-ଫିକ୍ସନ୍‌ ରୋମାଣ୍ଟିକ୍‌ ଡ୍ରାମା ‘ଛୁମନ୍ତର୍‌’, ଧମାଲ କରିବେ ଅନନ୍ୟା

Published By : Prameya-News7 Bureau | August 05, 2025 IST

ମୁମ୍ୱାଇ ୦୫/୦୮:  ଏକାଧିକ ହରର୍‌ କମେଡି ଫିଲ୍ମ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବା ପରେ ରୋମାଣ୍ଟିକ୍‌ କମେଡିର ଯୋଜନା କରୁଛି ମ୍ୟାଡ୍‌ଡକ୍‌ ହରର୍‌ ୟୁନିଭର୍ସ । ଫିଲ୍ମର ମୁଖ୍ୟ କଳାକାରଙ୍କ ନାଁ ମଧ୍ୟ ଚୂଡ଼ାନ୍ତ  ହୋଇସାରିଛି । ‘ଧକ୍‌ ଧକ୍‌’ ନିର୍ଦ୍ଦେଶକ ତରୁନ ଡୁଡେଜାଙ୍କ ରୋମାଣ୍ଟିକ୍‌  କମେଡିରେ ପ୍ରଥମ ଥର ଏକାଠି ପରଦାକୁ ଆସିବେ ଅନନ୍ୟା  ପାଣ୍ଡେ ଓ ଅଭୟ ବର୍ମା । 

ଏହି ସାଇନ୍ସ-ଫିକ୍ସନ୍‌ ରୋମାଣ୍ଟିକ୍‌  ଡ୍ରାମାର ଟାଇଟଲ୍‌ ‘ଛୁମନ୍ତର୍‌’ । ବର୍ଷ ଶେଷ ସୁଦ୍ଧା ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଆସିବ । ଆସନ୍ତା ସେପ୍ଟେମ୍ବର ଆରମ୍ଭରେ  ଫିଲ୍ମର ପ୍ରାକ୍‌-ପ୍ରଯୋଜନା କାମ ଆରମ୍ଭ ହେବ । ତେବେ  ଫିଲ୍ମ ବିଷୟରେ ଅଧିକ ବିବରଣୀ ଏବଂ ଅନ୍ୟ  କଳାକାରଙ୍କ ନାଁ ଅଦ୍ୟାବଧି ଘୋଷଣା ହୋଇନାହିଁ । 

ରିପୋର୍ଟ ଯଦି ସତ ହୁଏ, ମ୍ୟାଡ୍‌ଡକ୍‌ ସହିତ ଏହା  ଅନନ୍ୟାଙ୍କର ପ୍ରଥମ ଫିଲ୍ମ ହେବ । ଅଭୟ ବର୍ମା  ମଧ୍ୟ ପୁଣି ଥରେ ଏହି ବ୍ୟାନର୍‌କୁ ଫେରିବେ ।  ନିକଟରେ ମୁକ୍ତିପ୍ରାପ୍ତ ‘କେଶରୀ-୨’ରେ ନିଜର ଭୂମିକା ଜରିଆରେ ଖୁବ୍‌ ପ୍ରଶଂସିତ ହୋଇଥିଲେ  ଅନନ୍ୟା । ଏହା ପୂର୍ବରୁ ‘କଲ୍‌ ମି ବେ’ ଓ  ନେଟ୍‌ଫ୍ଲିକ୍ସ ୱେବ୍‌ ସିରିଜ୍‌ ‘ସିଟିଆର୍‌ଏଲ୍‌’ରେ  ତାଙ୍କୁ ବଡ଼ ସଫଳତା ମିଳିଥିଲା । 

ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ଧର୍ମା  ପ୍ରଡକ୍ସନ୍ସର ଲଭ୍‌ ଷ୍ଟୋରୀ ‘ଚାନ୍ଦ୍‌ ମେରା  ଦିଲ୍‌’ । ଫିଲ୍ମରେ ତାଙ୍କ ସହିତ ମୁଖ୍ୟ  ଭୂମିକାରେ ଅଭିନୟ କରିଛନ୍ତି  ଲକ୍ଷ୍ୟ । ଚଳିତ ବର୍ଷ ଫିଲ୍ମ ରିଲିଜ୍‌  ହେବାର ଯୋଜନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.