ଭୁବନେଶ୍ବର ୨୨।୧୨: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ରବିବାରଠୁ ପାଗ ପରିବର୍ତ୍ତନ ହୋଇଛି । ଶୁଖିଲା ପାଗ ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡି କରିବ କଲବଲ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ତେବେ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବ । ସେହିପରି ୯ ଜିଲ୍ଲାକୁ ମଧ୍ଯମ ଧରଣର ବର୍ଷା ସମ୍ଭାବନା । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି । ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ଆକଳନ କରିଛି ବିଭାଗ ।
ରବିବାର ଏବଂ ସୋମବାର ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । ସେହିପରି ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ବଢିବ ଶୀତ ପ୍ରଭାବ ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହୋଇଥିବା ବେଳେ କଟକ କଣ୍ଟାପଡାରେ ୪୫ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ଜଗତସିଂହପୁରରେ ୧୩.୬ମିମି ସର୍ବନିମ୍ନ ତାପମାତ୍ରା ଓ ପାହାଡିଆ ଅଞ୍ଚଳ ସିମିଲିଗୁଡାରେ ୧୦.୬ ମିମି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।
You Can Read:
ଉପକୂଳ ମୁହାଁ ଅଲିଭ ରିଡଲେ କଇଁଛ, ସୁରକ୍ଷା ପାଇଁ ଦିଆଗଲା ପ୍ରଶିକ୍ଷଣ