ଭୁବନେଶ୍ବର ୨୦।୧୨: ବଙ୍ଗୋପସାଗରରେ ଅବପାତ ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାରେ ସମ୍ଭାବନା ରହିଛି l
ଆଗାମୀ ୧୨ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଗୁରୁବାରର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବା ସହ ଶୁକ୍ରବାର ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ଏହା ଆହୁରି ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ଭାବେ ଉତ୍ତର-ଉତ୍ତର ପୂର୍ବ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ୨୦ ଏବଂ ୨୧ ତାରିଖରେ ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବାର ସମ୍ଭାବନା ।
You Can Read:
ରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍, ଗାଡ଼ିରୁ ଡେଇଁପଡ଼ିଲେ ଡ୍ରାଇଭର