ବୌଦ୍ଧ ୧୮/୧୨: ଘନ କୁହୁଡିର ଆସ୍ତରଣରେ ଘୋଡାଇ ହୋଇଛି ସମଗ୍ର ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲାର ସହର ତଥା ଆଖପାଖ ଅଞ୍ଚଳରେ ବର୍ଷା ଛାଡ଼ିଗଲା ପରେ ଗତ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକେ ବିଭିନ୍ନ ଛକ ମାନଙ୍କରେ ଚା ଖଟିରେ ଭିଡ ଜମାଉଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ କାଠ ଜାଳି ନିଆଁ ପୋଇଁ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଦୋକାନ ବଜାର ରାତି ୯ଟା ବେଳକୁ ବନ୍ଦ ହୋଇଯାଉଛି । ସକାଳ ୯ ଟା ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ଖୁବ ଅଳ୍ପ ସଂଖ୍ୟକ ଲୋକ ଘରୁ ବାହାରୁଛନ୍ତି।
ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି l କିଛି ଦିନ ହେଲା ଜାରି ରହିଥିବା ହାଡ଼ଭଙ୍ଗା ଶୀତରେ ଜିଲ୍ଲାବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କୁହୁଡି ର ଆସ୍ତରଣ ଯୋଗୁଁ ଦୁର୍ଘଟଣାର ମଧ୍ୟ ଭୟ ଦେଖିବାକୁ ମିଳିଛି ।