ଭଦ୍ରକ ୨୧।୧୨: ଭଦ୍ରକ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଭିନ୍ନ ପଞ୍ଚାୟତ ଓ ପୌରପାଳିକାର ଶତାଧିକ ଅନ୍ୟ ଦଳର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ପୂର୍ବ ସରକାରକୁ ସମାଲୋଚନା କରିବା ସହ କର୍ମୀମାନେ କିପରି ଡବଲ ଇଞ୍ଜିନ ସରକାରକୁ ଓଡ଼ିଶାରେ ଆଗକୁ ବଢ଼ାଇ ହେବ ସେ ନେଇ ଶପଥ ନେଇଥିଲେ । ଗୋରାମାଟି ପଞ୍ଚାୟତର ସରପଞ୍ଚ ଭାଗ୍ୟବତୀ ମହାକୁଡ଼ଙ୍କ ସହ ୪ ଜଣ ୱାର୍ଡସଭ୍ୟ, ଏରଡ଼ା ସମିତି ସଭ୍ୟା ପୁଷ୍ପରାଣୀ ବଳ, ପୂର୍ବତନ ସମିତି ସଭ୍ୟ ବନମାଳୀ ବିଶ୍ବାଳ, ଚଣ୍ଡିଗାଁ ଓ ପୌରପାଳିକାର ନେତୃମଣ୍ଡଳୀ ସହ ଶତାଧିକ କର୍ମୀ ଯୋଗଦାନ କରିଥିଲେ ।
You Can Read:
ଜାନୁଆରୀରେ ଆସିବ 'ସୁଭଦ୍ରା' ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିବ