କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଏଥିରେ ୫ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଡପଡ଼ାଠାରେ। ସୂଚନା ଅନୁଯାୟୀ, ଶନିବାର କଟକରୁ କେନ୍ଦ୍ରାପଡ଼ାର ଜମ୍ବୁ ଯାଉଥିବା ଯାତ୍ରୀବାହୀ ବସ୍ ‘ଉମାଶଙ୍କର’ ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଛି। ବସ୍ରେ ୨୦ରୁ ଅଧିକ ଯାତ୍ରୀ ରହିଥିଲେ।
ତେବେ ସାମାନ୍ୟ ଭାବରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବାବେଳେ, ଗୁରୁତରଙ୍କୂ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ। ବସ୍ରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିଲେ। ସେପଟେ ଉଦ୍ଧାର ଯାତ୍ରୀଙ୍କ କହିବା ଅନୁଯାୟୀ ବସ୍ଟି ଏକ ହମ୍ପସକୁ ଅତିକ୍ରମ କରିବାବେଳେ ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l