ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ରବିବାରଠୁ କମିବ ବର୍ଷାର ପରିମାଣ

Published By : Prameya-News7 Bureau | December 21, 2024 IST

ଭୁବନେଶ୍ବର ୨୧।୧୨: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭିଜିବ ଓଡ଼ିଶା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିବ ବର୍ଷା । ରବିବାରଠୁ କମିବ ବର୍ଷାର ପରିମାଣ । ବର୍ଷା କମିବା ପରେ ବଢିବ ଶୀତ । ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସହ ଏକ ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହାର ପ୍ରଭାବରେ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟରେ ଅସ୍ତବ୍ୟସ୍ତ କରିଛି ଲଗାଣ ବର୍ଷା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଏଭଳି ବର୍ଷା ଆହୁରି ୨୪ ଘଣ୍ଟା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି  ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ , ଢେଙ୍କାନାଳ, ଝାରସୁଗୁଡ଼ା ଜିଲ୍ଲାରେ ବିଶେଷତଃ ବର୍ଷା ହେବ । 

ଅବପାତର ପ୍ରଭାବ ଅଧିକ ରହିଥିବାରୁ ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରଣପୁରରେ ସର୍ବାଧିକ ୧୦୮.୪ ମିମି ବର୍ଷା ହୋଇଥିବା ବେଳେ ବେଗୁନିଆରେ ୮୪ ମିମି, ପିପିଲି, ଜଟଣୀ ଏବଂ ଖୋର୍ଦ୍ଧାରେ ୭୫ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଛି ।

You Can Read:

ଅମଳ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ, ବନ ବିଭାଗର ପଦକ୍ଷେପ ଶୂନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.