ଅମଳ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ, ବନ ବିଭାଗର ପଦକ୍ଷେପ ଶୂନ

Published By : Prameya-News7 Bureau | December 21, 2024 IST

ବିନିକା ୨୧।୧୨: ଅମଳ ସମୟରେ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ବନ ବିଭାଗ କିଛି ପଦକ୍ଷେପ ନନେବାରୁ ଲୋକେ ହାତୀ ଘଉଡାଇ ଘଉଡାଇ ନୟାନ୍ତ ହେଲେଣି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ । 

ଏହି ଅଞ୍ଚଳରେ ଦୁଇ ଦିନ ହେଲା ୨୧ ଟିକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଶନିବାର ସକାଳୁ ଯାଲୋଏ ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । 

ଏବେ ଏହି ହାତୀ ପଲ ରସ୍କା ଗାଁ ଅଞ୍ଚଳରେ ଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାକୁ ଚେଷ୍ଟା କରୁଛି ।


You Can Read:

ବିଜେପିରେ ସାମିଲ ହେଲେ ଅନ୍ୟ ଦଳର ଶତାଧିକ କର୍ମୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.