ଦୁର୍ଘଟଣା କେସ୍‌ରେ ଫଶିଥିବା ବାଇକ୍‌କୁ ଛାଡ଼ିବାକୁ ନେଉଥିଲେ ଟଙ୍କା, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସ

Published By : Prameya-News7 Bureau | February 04, 2025 IST

ଭୁବନେଶ୍ବର ୪: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ବାବୁ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ASI ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଛି ଭିଜିଲାନ୍ସ ଟିମ୍ ।

ତେବେ ଦୁର୍ଘଟଣା କେସ୍‌ରେ ଫଶିଥିବା ବାଇକ୍‌କୁ ଛାଡିବାକୁ ଥାନା ବାବୁ ଜଣଙ୍କ ଲାଞ୍ଚ ନେଉଥିଲେ ବୋଲି ଜଣାପଡ଼ିଛି । ଲାଞ୍ଚ ନେବା ଘଟଣା ସାମ୍ନାକୁ ଆସିବା ପରେ ବୁଡୁ ଭୋଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

ଭିଜିଲାନ୍ସ ଜାଲରେ ପୋଲିସ ବାବୁ : ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଟିମ୍

ସେପଟେ, ଗତ ୧ ତାରିଖ ଦିନ ମଧ୍ୟ ସୁକିନ୍ଦା ଥାନା ଏସ୍‌ଆଇଙ୍କୁ ଧରିଥିଲା ଭିଜିଲାନ୍ସ । ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ । ଏକ ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁକିନ୍ଦା ଥାନାର ଏସ୍‌ଆଇ ଅଭୟ ନାୟକଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । 

ଅଭୟ ଶନିବାର କଳିଙ୍ଗନଗର ସ୍ଥିତ ଏକ ଘରୋଇ କାରଖାନା ସମ୍ମୁଖରେ ଡ୍ୟୁଟି କରୁଥିବା ସମୟରେ ପୂର୍ବରୁ ମାଗିଥିବା ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ଟଙ୍କା ନେଇଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରିଥିଲା । 

You Can Read:

'ମୋ ବସ୍' ଧକ୍କାରେ ନାବାଳିକାଙ୍କ ମୃତ୍ୟୁ : କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.