ଭୁବନେଶ୍ୱର ୦୫।୦୪ : ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପ୍ରଫେସର ପଶୁପାଳକ କହିଛନ୍ତି, ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବହିବ। ବାକି ସାରା ରାଜ୍ୟରେ ଗରମ ପଶ୍ଚିମା ପବନ ବହିବ। ବୁଧବାର ଓ ଗୁରୁବାର ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ପୁରୀ, କଟକ, ବାରିପଦା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଅଧିକ ରହିବ । ଆସନ୍ତା ଦୁଇ ଦିନ ଆସ୍କା, ହିଞ୍ଜିଳିକାଟୁ, ଭଞ୍ଜନଗର ଓ ସୋରଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ । ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ପ୍ରଥମଥର ପାଇଁ ତାତି ଏଭଳି ରେକର୍ଡ କରିଛି । ୯ଟି ସହରରେ ତାତି ୩୭ ଡିଗ୍ରୀ ପାର୍ କରିଛି ।
ମଙ୍ଗଳବାର ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୩୭.୮ ଡିଗ୍ରୀ ଛୁଇଁଥିଲା । ସମ୍ବଲପୁରରେ ୩୭.୬, ହୀରାକୁଦରେ ୩୫.୪, ରାଉରକେଲାରେ ୩୫ ଓ ଚାନ୍ଦବାଲିରେ ୩୪ ଡିଗ୍ରୀ ରହିଥିଲା । ପରେ ଝାରସୁଗୁଡ଼ାରେ ତାତି ବଢ଼ି ୩୯ ଡିଗ୍ରୀରେ ପହଞ୍ଚି ଯାଇଥିଲା । ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୩୭.୮, ବଲାଙ୍ଗିରରେ ୩୭.୫, ହୀରାକୁଦରେ ୩୭.୧ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ରେକର୍ଡ ହୋଇଥିଲା । ଭୁବନେଶ୍ୱରରେ ତାତି ୩୬.୪ ଡିଗ୍ରୀ ଓ କଟକରେ ୩୪.୬ ଡିଗ୍ରୀ ରହିଥିଲା । ସୋମବାର ଝାରସୁଗୁଡ଼ାରେ ତାପମାତ୍ରା ୩୮.୬ ଡିଗ୍ରୀ ଥିଲା । ଆଜି ଏଠାରେ ତାତି ଆହୁରି ବଢ଼ିଛି । ପାରଳାଖେମୁଣ୍ଡିରେ ତାତି ପ୍ରାୟ ୧ ଡିଗ୍ରୀ କମିଛି । ଭଦ୍ରକରେ ୩୬.୮, ସୋନପୁର ଓ ଫୁଲବାଣୀରେ ୩୬.୭, ପୁରୀ ଓ ରାଉରକେଲାରେ ୩୬.୨, ବରଗଡ଼. ନବରଙ୍ଗପୁର ଓ ଖୋର୍ଦ୍ଧାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଛି । ଗୋପାଳପୁରରେ ଦିନ ତାପମାତ୍ରା ସବୁଠୁ କମ୍ ବା ୩୨.୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଚେଜ୍ ମାଷ୍ଟର ବିରାଟ, ଟାର୍ଗେଟ୍ ପିଛା କରି ୮୦୦୦ରୁ ଅଧିକ ରନ୍ କରିବାରେ କୋହଲି ଦ୍ୱିତୀୟ ବ୍ୟାଟର