ବିଧାନସଭାରେ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

Published By : Prameya-News7 Bureau | March 10, 2025 IST

ଭୁବନେଶ୍ବର ୧୦: ବିଧାନସଭାରେ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ୍ ମାଇକ୍ ଭାଙ୍ଗିଦେଲେ ତାରା । SC/ST ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ତାରା ଏଭଳି ବିଶୃଙ୍ଖଳିତ ଆଚରଣ କରିଥିଲେ । ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସ ସଦସ୍ୟ ହୋହଲ୍ଲା କରିବା ସହ ଗୃହରେ ହଟ୍ଟଗୋଳ କରିଥିଲେ ।

ତାରା ଚେତାବନୀ ଦେଇ କହିଛନ୍ତି, ବାଚସ୍ପତିଙ୍କୁ ଚକୋଲେଟ୍ ଦେଲୁ, ଆବଶ୍ୟକ ପଡିଲେ ଗୋବର ମାଡ଼ ହେବ । ବିରୋଧୀ ପ୍ରତିବାଦ କରୁଥିଲେ ବି ଶାସକ ଦଳ ଏବଂ ବାଚସ୍ପତି ଶୁଣୁନାହାନ୍ତି, ଗୃହକୁ ଚଲାଉଛନ୍ତି । ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନରଖିବା ଯାଏଁ କଂଗ୍ରେସ ପ୍ରତିବାଦ ଜାରି ରଖିବ । ସୋମବାର ବାଚସ୍ପତିକୁ ଚକୋଲେଟ ଦେଇ କହିଲୁ, ଦରକାର ପଡିଲେ ଗୋବର ମାଡ଼ ବି ହୋଇପାରେ । କକ୍ଷତ୍ୟାଗ ପରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ ଜାରି ରଖିଥିଲା କଂଗ୍ରେସ ।

ସେପଟେ ଦୁଇ ଦିନ ପରେ ଆରମ୍ଭ ହୋଇଛି  ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ସୋମବାର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।  ପୋଷ୍ଟର ଏବଂ ପ୍ଲାକାର୍ଡ ଧରି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।  ରାଜ୍ୟରେ ନାରୀ ଅସୁରକ୍ଷିତ, ନାରୀ ନିର୍ଯାତନା ବନ୍ଦ କର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନାରା ଦେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପରେ ଗୃହ କାର୍ଯ୍ୟ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଅପରାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

You Can Read:

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପାଇଁ ପଶ୍ଚିମବଙ୍ଗ ସରକାର ଦାୟୀ : ରାଜସ୍ବ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.