ମୁହାଣ ଖୋଳାକୁ ନେଇ ବିବାଦ, ମୁହାଁମୁହିଁ ହେଲେ ଦୁଇ ଗାଁର ଗ୍ରାମବାସୀ

Published By : Prameya-News7 Bureau | March 10, 2025 IST

ବ୍ରହ୍ମପୁର: ମୁହାଣ ଖୋଳାକୁ ନେଇ ବିବାଦ। ଗୋଟିଏ ଗାଁଲୋକ ମୁହାଣ ଖୋଳିଲେ, ଅନ୍ୟ ଗାଁ ଲୋକ ପୋତିଲେ। ଯାହାକୁ ନେଇ ଦୁଇ ଗାଁର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। 

ସୂଚନା ଅନୁଯାୟୀ, ବ୍ରହ୍ମପୁର ରାମେୟା ପାଟଣା ଗ୍ରାମବାସୀ ନୂଆ ମୁହାଣ ଖୋଳିଥିଲେ। ହେଲେ କତୁରୁ ନୂଆଗାଁ ଗ୍ରାମବାସୀ ଏହି ମୁହାଣକୁ ପୋତିଦେଲେ। ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। କୁତୁରୁ ନୂଆଗାଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି, ରମେୟା ପାଟଣା ଗ୍ରାମବାସୀମାନେ ବେଆଇନ ଭାବେ ଉପକୂଳରେ ଜାଗା ମାଡ଼ି ବସିଛନ୍ତି ଏବଂ ଗାଁକୁ ରାସ୍ତା କରିବା ପାଇଁ ମୁହାଣ ଖୋଳାଇଛନ୍ତି। ନଦୀ ଉପରେ ନିର୍ଭର କରୁଥିବାରୁ ଏହା ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବ।

ଏଥିପାଇଁ ସେମାନେ ଅଭିଯୋଗ କରିବା ପରେ ଥାନା ଓଆଇସି ଏବଂ ତହସିଲଦାର ମୁହାଣ ଖୋଳା ସ୍ଥାନକୁ ଯାଇ ସ୍ଥିତି ପରଖିଥିଲେ। ମାତ୍ର ଏହି ସମୟରେ ଦୁଇ ଗାଁର ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଆଉ ମାରପିଟରେ ୫ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ଥିବା ଏସପି କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ଏସପି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.