ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଆରୁହାପାହାଡ଼ରେ ଚାଲୁଥିବା ବେଆଇନ କଳାପଥର ଖନନକୁ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ। ଆରୁହା ପାହାଡ଼ରେ ବେଆଇନ ଭାବେ ଦୀର୍ଘ ଦିନ ଧରି କଳାପଥର ଖନନ ସହ ଟ୍ରିପ୍ କଳାପଥର ଲୁଟ୍ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ।
ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ସେମାନେ ଆହୁରି ଅଭିଯୋଗ କରିଛନ୍ତି, ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁ ଆରୁହା ସହ ବିଭିନ୍ନ ଅଞ୍ଚଳରେ ଘର ଫାଟ ସୃଷ୍ଟି ହେବା ସହ ପାନୀୟ ଜଳ ଦୂଷିତ ହେଉଛି। ଫଳରେ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।
ତେଣୁ ଶେଷରେ ନିଜେ ଏକାଠି ହୋଇ ସ୍ଥାନୀୟ ଲୋକେ ବେଆଇନ କଳାପଥର ଖନନ ବନ୍ଦ କରିବା ସହ କଳାପଥର ଖନନକୁ ବନ୍ଦ କରିଛନ୍ତି। ଏହା ସହ ବ୍ୟବହୃତ ୭ଟି ମେସିନ ସହ ମାଲ ବୋଝେଇ ହାଇୱା ଗାଡ଼ି, କମ୍ପ୍ରେସର ମେସିନ ଓ ବ୍ଲାଷ୍ଟିଙ୍ଗରେ ବ୍ୟବହୃତ ରାସାୟନିକ ସାମଗ୍ରୀ ଜବତ କରାଯାଇଛି।
ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ସାମିଲ ହୋଇ ପ୍ରଶାସନିକ ଅଧିକାରୀ ମନମୁଖୀ କାର୍ଯ୍ୟ ନେଇ ବର୍ଷିଥିଲେ। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।