ନରସିଂହପୁରରେ ଆଉ ଏକ ହାତୀର ମୃତ୍ୟୁ, ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲା

Published By : Prameya-News7 Bureau | March 10, 2025 IST

ଆଠଗଡ଼: କଟକ ନରସିଂହପୁରରେ ପୁଣି ଏକ ହାତୀର ମୃତ୍ୟୁ। ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ମିଟିକାପୁର ବିଟ୍ ପୁରୁଣା ପାଣି ବନ୍ଦ ନିକଟରେ ଏକ ୮ ବର୍ଷର ଅସୁସ୍ଥ ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

 ଗତକାଲିଠାରୁ ଆହତ ହେଇଥିବା ଖବର ପାଇ ନରସିଂହପୁର ବନ ବିଭାଗ ସହିତ ଢେଙ୍କାନାଳ ରାପିଡ ରେସ୍ପନ୍ସ ଟିମ୍ ହାତୀଟିର ଚିକିତ୍ସା କରୁଥିଲା । ଚିକିତ୍ସିତ ଅବସ୍ଥାରେ ହାତୀଟି ମୃତ୍ୟୁବରଣ କରିଥିଲା। ହାତୀ ହାତୀ ମଧ୍ୟରେ ଲଢେ଼ଇ ଯୋଗୁଁ ଦୁଇଟି ଜାଗାରେ କ୍ଷତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ଆଠଗଡ଼ ଏସସିଏଫ୍ ମନୋଜ ପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.