ଭୁବନେଶ୍ବରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 10, 2025 IST

Breaking_2

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଆକ୍ରମଣ କରିଥିବା ସର୍ବେଶ୍ଵର ସ୍ବାଇଁ ଓ ଶୁଭକାନ୍ତ ସୁଆରଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଗତକାଲି ଉଭୟ ଏକ ଖବରକାଗଜ ସଂସ୍ଥାର ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ।

ସୂଚନାଥାଉକି, ଏକ ଦୈନିକ ଖବରକାଗଜର ସାମ୍ବାଦିକ ଦେବୀ ପ୍ରସାଦ ସାହୁ ଏବଂ ତାଙ୍କ ସହଯୋଗୀ ପଙ୍କଜ ମହାପାତ୍ର ରବିବାର ଟଙ୍କପାଣି ରୋଡରେ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର ଖବର ସଂଗ୍ରହ କରି ଫେରୁଥିଲେ। ତେବେ ଝାରପଡ଼ା ଅଞ୍ଚଳ ଦେଇ ଫେରୁଥିବାବେଳେ ମଝି ରାସ୍ତାରେ ଏକ ସ୍କୁଟି ରହିଥିବାରୁ ହଟାଇବାକୁ ୨ ଅଭିଯୁକ୍ତଙ୍କୁ କହିଥିଲେ ଦେବୀପ୍ରସାଦ।ମାତ୍ର ଅଭିଯୁକ୍ତ ଦ୍ବୟ ତାଙ୍କ କଥା ଶୁଣିନଥିଲେ। ଓଲଟି ଦେବୀପ୍ରସାଙ୍କ ସହ ଯୁକ୍ତିତର୍କ କରିଥିଲେ। ନିରୁପାୟ ସାମ୍ବାଦିକ ସହ ଯୁକ୍ତତର୍କ ଏନେଇ ପୋଲିକୁ ଜଣାଇବେ ବୋଲି କହିବାରୁ ୨ ଅଭିଯୁକ୍ତ ଚିହିଁକି ଉଠିଥିଲେ। 

ଆଉ ଦେବୀପ୍ରସାଦଙ୍କୁ କାର୍‌ରୁ ଟାଣିଆଣି ଠେଲାପେଲା କରିବାକୁ ଲାଗିଥିଲେ। ପଙ୍କଜ ତାଙ୍କ କ୍ୟାମେରାରେ ୨ ଅଭିଯୁକ୍ତଙ୍କ ଆତଙ୍କରାଜକୁ ସୁଟିଂ କରିବା ଦେଖି ଅଭିଯୁକ୍ତଦ୍ବୟ ଆକ୍ରମଣାତ୍ମକ ହୋଇଉଠିଥିଲେ ଏବଂ ସେମାନଙ୍କୁ ପିଟିଥିଲେ। ଏନେଇ ଦେବୀପ୍ରସାଦ  ଏନେଇ ଅଭିଯୋଗ କରିବା ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଢ଼ି ଅଭିଯୁକ୍ତଙ୍କୁ ଖୋଜିଥିଲା। ସ୍କୁଟି ନମ୍ବରରୁ ଉଭୟ ଅଭିଯୁକ୍ତଙ୍କ ଠିକ୍‌ ଜଣାପଡ଼ିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.