IIFA ମଞ୍ଚରେ ଜେଜେବାପା ରାଜ କପୁରଙ୍କୁ ଟ୍ରିବ୍ୟୁଟ୍ ଦେଲେ ବେବୋ, ଡ୍ୟାନ୍ସ ଦେଖି ୟୁଜର୍ସ କଲେ ଖୁବ୍ ପ୍ରଶଂସା...

Published By : Prameya-News7 Bureau | March 10, 2025 IST

ମୁମ୍ଵାଇ ୧୦।୦୩: ହିନ୍ଦୀ ସିନେମାର ସବୁଠାରୁ ବଡ଼ ଆୱାର୍ଡ ଶୋ ମଧ୍ୟରୁ ଗୋଟିଏ, IIFA । ଗତକାଲି ରବିବାର, ଜୟପୁରରେ ଅନୁଷ୍ଠିତ ହୋଇଥିଲା। ଏହି ଶୋ’ରେ ବିଟାଉନ୍‌ର   କଳାକାରମାନେ ଦମ୍‌ଦାର ପରଫମାନ୍ସ ଦେଇଥିଲେ। ଏହି ଅବସରରେ ଶାହରୁଖ ଖାନ, ଶାହିଦ କପୁର, ମାଧୁରୀ ଦୀକ୍ଷିତ ଏବଂ କରୀନା କପୁର ଚମତ୍କାର ନୃତ୍ୟ କରିଥିଲେ। ହେଲେ ଗତକାଲି ଆୱାର୍ଡ କାର୍ଯ୍ୟକ୍ରମର ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରେ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା ଯେତେବେଳେ କରୀନା କପୁର ତାଙ୍କ ସ୍ୱର୍ଗତ ଜେଜେବାପା ରାଜ କପୁରଙ୍କ ଗୀତରେ ନୃତ୍ୟ କରି ତାଙ୍କୁ ଟ୍ରିବ୍ୟୁଟ୍‌ ଦେଇଥିଲେ। 

ସ୍ୱର୍ଗତ ଅଭିନେତା ତଥା ତାଙ୍କ ଜେଜେବାପା ରାଜ କପୁରଙ୍କ ସ୍ମୃତିରେ IIFA ଆୱାର୍ଡ ୨୦୨୫ରେ କରୀନା କପୁର ଏକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅଭିନେତ୍ରୀ ଆଇକନିକ୍‌ 'ମେରା ଜୁତା ହୈ ଜାପାନୀ', 'ପ୍ୟାର ହୁଆ ଇକରାର ହୁଆ' ଭଳି ତାଙ୍କ ପ୍ରଶଂସକ ଗୀତରେ ନୃତ୍ୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। କଳା ଏବଂ ଧଳା ପୋଷାକରେ କରୀନା କପୁର ସମସ୍ତଙ୍କୁ ରାଜ କପୁରଙ୍କ ଯୁଗ ଏବଂ ହିନ୍ଦୀ ସିନେମାରେ ତାଙ୍କ ରାଜତ୍ୱର ଦିନକୁ ଫେରାଇ ନେଇଥିଲେ। କରିନାଙ୍କ ନୃତ୍ୟ ଦେଖି ସମସ୍ତଙ୍କ ମନରେ ଖୁସି ଆସି ଯାଇଥିଲା । ସେମାନେ ତାଳି ମାରି ଅଭିନେତ୍ରୀଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା ମଧ୍ୟ କରିଥିଲେ।

ସେପଟେ ସୋସିଆଲ ମିଡିଆ ୟୁଜର୍ସ କରୀନାଙ୍କ ଡ୍ୟାନ୍ସ ଦେଖି ପ୍ରଶଂସା କରିବା ସହ କହିଥିଲେ କି ରାଜ କପୁରଙ୍କୁ ଏହା ଠାରୁ ଭଲ ଟ୍ରିବ୍ୟୁଟ୍‌ ଦିଆଯାଇ ପାରିନଥାଆନ୍ତା। ଅନ୍ୟ ଜଣେ ଲେଖିଥିଲେ-କରୀନା ଏହି ଶୋ’ ସମସ୍ତ ଲାଇମ୍‌ ଲାଇଟ୍‌ ହାସଲ କରିଥିଲେ। କହିବାକୁ ଗଲେ କପୁର ପରିବାର ସେମାନଙ୍କ ଜେଜେବାପା ରାଜ କପୁରଙ୍କ ୧୦୦ତମ ମୃତ୍ୟୁ ବାର୍ଷିକୀ ପାଳନ କରିଥିଲେ। ଯେଉଁଥିରେ ସମ୍ପୂର୍ଣ୍ଣ କପୁର ପରିବାର ଏକାଠି ଦେଖାଯାଇଥିଲେ। କପୁର ପରିବାର ସହିତ, ଶିଳ୍ପର ପ୍ରମୁଖ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସ୍ୱତନ୍ତ୍ର ଦିନ ପାଇଁ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.