IIFA ଆୱାର୍ଡରେ ଗୀତ୍-ଆଦିତ୍ୟଙ୍କ ଭାଇରାଲ ମିଟ୍, ଫ୍ୟାନ୍ସଙ୍କ ହୋସ୍ ଉଡାଇଲା ଟାଇଟ୍ ହଗ୍

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ୧୧/୦୩:  କରୀନା କପୁର ଓ ସାହିଦ କପୁର । ଗୋଟିଏ ସମୟରେ ଥିଲେ ବଲିଉଡର ଚର୍ଚ୍ଚିତ ରୋମାଣ୍ଟିକ ଯୋଡି ।ପରସ୍ପରର ପ୍ରେମରେ ହେଉଥିଲେ ଉବୁଡୁବୁ । ଡେଟିଂ ଚାଟିଂରୁ ଆରମ୍ଭ ହୋଇ କଥା ଯାଇଥିଲା ମ୍ୟାରେଜ ଯାଏ ।ରିଏଲ ଲାଇଫରେ ରୋମାନ୍ସ ସହ ରିଲ୍‌ ଲାଇଫରେ ଉଭୟଙ୍କ ଆକ୍ଟିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ଫିଲ୍ମ  ଫିଦା, ଚୁପ୍‌ ଚୁପ୍‌କେ, ଜବ ୱି ମେଟ୍‌ ଭଳି ବିଗ୍‌ ବଜେଟ୍‌ ମୁଭିରେ ଉଭୟ ଏକାଠି କାମ କରିଥିଲେ।  ହେଲେ ସମୟ ଗଡିବା ସହ ଉଭୟଙ୍କ ମନ ଓ ରାସ୍ତା ବଦଳି ଯାଇଥିଲା । କରୀନା ସୈଫ ଅଲ୍ଲୀ ଖାନଙ୍କ ହାତ ଧରି ଘର ସଂସାର କରିଥିଲେ । ଆଉ ସାହିଦ ଘର ଲୋକଙ୍କ ଇଚ୍ଛାରେ ମୀରା ରାଜପୁତଙ୍କ ହାତ ଧରିଥିଲେ । ଆଜି ଉଭୟ ନିଜ ନିଜ ଜୀବନରେ ବେଶ ଖୁସି ଅଛନ୍ତି ।

ବ୍ରେକଅପ ପରେ କରୀନା-ସାହିଦ ପରସ୍ପରଠାରୁ ଦୂରେଇ ଯାଇଥିଲେ । ଭେଟିବା ତ ଦୂର କଥା ଦେଖାହେଲେ ପଦୁଟିଏ କଥା ବି ହେଉନଥିଲେ ।ଅନେକ ଇଭେଣ୍ଟରେ ପରସ୍ପରକୁ ଇଗନର କରୁଥିଲେ । ଗତ ବର୍ଷ ଫେବ୍ରୁଆରୀ ୨୦ରେ ଦାଦା ସାହେବ ଫାଲ୍‌କେ ଆୱାର୍ଡରେ କରୀନା ସାହିଦଙ୍କୁ ଆଭଏଡେ କରୁଥିବାର ଭିଜୁଆଲ ଏହାର ସବୁଠାରୁ ବଡ ପ୍ରୁଫ । 

ଏମିତିରେ ଗୋଟିଏ ବର୍ଷ ପରେ ଯେତେବେଳେ ଜୟପୁରରେ ଆଇଫା ଆୱାଡ ଇଭେଣ୍ଟରେ କରୀନାଙ୍କ ସାହିଦଙ୍କୁ ଟାଇଟ ହଗ୍‌ ଦୃଶ୍ୟ ସମସ୍ତଙ୍କ ହୋସ୍‌ ଉଡାଇ ଦେଇଥିଲା ।ଉଭୟଙ୍କ ବଣ୍ଡିଂ ଦେଖି ସମସ୍ତଙ୍କ ଆଖି ବାସ୍‌ ଦେଖିବାକୁ ଲାଗିଥିଲା । ଆଇଫା ଆୱାର୍ଡରେ ବଲିଉଡର ଅନେକ ହସ୍ତୀଙ୍କ ଭିଡ ଲାଗିଥିଲା । କରନ ଜୋହର, କ୍ରିତି ସାନନ,କାର୍ତ୍ତିକ ଆର୍ଯ୍ୟନ,ମାଧୁରୀ ଦିକ୍ଷିତ ସାହିଦ କପୁର,କରୀନା କପୁରଙ୍କ ସହ ଅନେକ ସେଲିବ୍ରିଟି ଆସିଥିଲେ। ହେଲେ ସମସ୍ତଙ୍କ ଧ୍ୟାନ ଗୋଟିଏ ଆଡେ ଯାଇଥିଲା ଯେତେବେଳେ କରୀନା କପୁର ସାହିଦ କପୁରଙ୍କୁ କୁଣ୍ଢାଇ ପକାଇଥିଲେ । 

କରୀନା ସାହିଦ କେବଳ ପରସ୍ପରକୁ ଆଲିଙ୍ଗନ କରିନଥିଲେ ଖୁସିରେ ହସି ହସି କଥା ବି ହୋଇଥିଲେ । ଏତେ ବର୍ଷ ପରେ ସାହିଦ ଓ କରୀନାଙ୍କ ରିୟୁନିୟନ ଦେଖି ଫ୍ୟାନ୍ସଙ୍କ ମନ ଖୁସିରେ ଗଦ୍‌ ଗଦ୍‌ ହୋଇଯାଇଥିଲା ।ଭିଡିଓରୁ ସ୍ପଷ୍ଟ ଜଣାପଡୁଥିଲା ସାହିଦଙ୍କୁ ଦେଖି କରୀନା ଅଧିକ ଖୁସି ହୋଇଯାଇଥିଲେ । ଆଉ ତାପରେ ଆରମ୍ଭ ହୋଇଯାଇଥିଲା କଥାବାର୍ତ୍ତା । ହେଲେ ଉଭୟ କଣ କଥା ହେଉଥିଲେ କିଛି ଜଣାପଡିନଥିଲା । ଉଭୟଙ୍କୁ ଏକାଠି ଖୁସି ମୁଡ୍‌ରେ ଦେଖି ଏତିକି କହିହେବ ଏହି ୨ଷ୍ଟାର ପରସ୍ପରକୁ ଭେଟି ବେଶ ଖୁସି ଅଛନ୍ତି । 

ଆଇଫା ଆୱାର୍ଡରେ ଏକ୍ସ ଗର୍ଲଫ୍ରେଣ୍ଡ ସହ ଖାସ୍‌ ଓ ଭାଇରାଲ ସାକ୍ଷାତକୁ ନେଇ ସାହିଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରେସ କନଫରେନ୍ସରେ ସାହିଦ କହିଛନ୍ତି ୟେ ଆମ ପାଇଁ କୌଣସି ନୂଆ କଥା ନାହିଁ । ଆଜି ,ଷ୍ଟେଜରେ ମିଶିଲୁ ଆଗକୁ ଏମିତି ଅନେକ ଦେଖାସାକ୍ଷାତ ହେବ । ଆମ ପାଇଁ ଏସବୁ ପୁରା ନର୍ମାଲ । ଯଦି ଲୋକଙ୍କୁ ଆମର ଦେଖାସାକ୍ଷାତ ଭଲ ଲାଗିଲା ତ ୟେ ବହୁତ ଭଲ କଥା । 


ଆଇଫା ଆୱାଡରୁ ଭାଇରାଲ ହେଉଥିବା ଭିଡିଓରେ ଉଭୟଙ୍କୁ ଏକାଠି ଦେଖି ଫ୍ୟାନ୍ସ ଲଗାତାର ମ୍ୟାସେଜ କରିବାରେ ଲାଗିଛନ୍ତି । ଜଣେ ଲେଖିଛନ୍ତି ଏବେ ମୀରା କଣ କରିବେ ସାହିଦଙ୍କ ସହ । ଆଉ ଜଣେ ଫ୍ୟାନ ଲେଖିଛନ୍ତି ୟେ ଜୟପୁର ସାହାବ ଏଠି ବିଛେଦ ହୋଇଥିବା ଲୋକଙ୍କ ମିଳନ ହୋଇଥାଏ । ଆଉ ଜଣଙ୍କ କମେଣ୍ଟ ଏବେ ସାହିଦ ମୀରାଙ୍କ ଡିଭୋର୍ସ ପକ୍କା । 

 

ଏସବୁ ତ ଦେଖିଲେ ପବ୍ଲିକ ରିଆକସନ । ଆପଣ କଣ କହିବେ କମେଣ୍ଟ ସେକସନରେ ଆମକୁ ନିଶ୍ଚୟ ଲେଖି ଜଣାନ୍ତୁ । ଭିଡିଓକୁ ଲାଇକ କରନ୍ତୁ ସେୟାର କରନ୍ତୁ ଓ ଆମ ଚାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁନି  ।  



 

  • Entertainment News
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.