ଆରଜେ ମହଓ୍ବାସଙ୍କ ସହ ଭାଇରାଲ ହେଲା ୟୁଜବେନ୍ଦ୍ର ଚହଲଙ୍କ ଫଟୋ, ଫ୍ୟାନ୍ସ କହିଲେ ନୂଆ ଗାର୍ଲଫ୍ରେଣ୍ଡ୍‌

Published By : Prameya-News7 Bureau | March 09, 2025 IST

ଦୁବାଇ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି ଚାମ୍ପିଅନ୍ସ ଟ୍ରଫି ଫାଇନାଲ। ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମନରେ ଯେତିକି ଉତ୍କଣ୍ଠା ଭରି ରହିଛି, ମ୍ୟାଚ ଦେଖିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କୁ ନେଇ ମଧ୍ୟ ଫ୍ୟାନ୍ସଙ୍କ ମନରେ ସେତିକି ଉତ୍କଣ୍ଠା ବଢ଼ିଛି। କାରଣ ଚହଲଙ୍କ ସହ ଜଣେ ଯୁବତୀଙ୍କୁ ଦେଖିବାକ ମିଳିଛି। ଉଭୟ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଛନ୍ତି। ଆଉଉଭୟଙ୍କର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଷ୍ଟାଡିୟମରେ ଚହଲଙ୍କ ସହ ବସିଥିବା ସେହି ଯୁବତୀ ଜଣଙ୍କ ପ୍ରକୃତରେ କିଏ ତାହା ଜାଣିବାକୁ ପ୍ରଶଂସକମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ସୂଚନାଥାଉକି, ୟୁଜବେନ୍ଦ୍ର ଚହଲ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ଖୁବଶୀଘ୍ର  ଛାଡ଼ପତ୍ର ଦେଇପାରନ୍ତି ।  ଦୁଇ ଜଣ ଖୁବଶୀଘ୍ର ଅଲଗା ହେବାକୁ ଥିବାବେଳେ ଚହଲଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି । ତେବେ ୟୁଜବେନ୍ଦ୍ର ଚହଲ କେଉଁ ଯୁବତୀଙ୍କ ସହିତ ବସିଛନ୍ତି, ସେ ତାଙ୍କ ପ୍ରେମିକା ନା  ବନ୍ଧୁ ? ସୋସିଆଲ ମିଡିଆରେ ପ୍ରଶଂସକମାନେ ଏପରି ପ୍ରଶ୍ନ ପଚାରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସଙ୍କ ଅନୁସାରେ, ଧନଶ୍ରୀ ବର୍ମାଙ୍କ ଠାରୁ ଛାଡ଼ପତ୍ର ନେବାକୁ ଥିବା ଚହଲ ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଏବଂ ସେ ଏହି ଯୁବତୀଙ୍କୁ ଡେଟ୍ କରୁଛନ୍ତି । 

ସୂଚନାଯୋଗ୍ୟ ଯେ, ୟୁଜବେନ୍ଦ୍ର ଚହଲଙ୍କ ସହିତ ଗ୍ୟାଲେରିରେ ବସିଥିବା ଯୁବତୀ ଜଣେ ଲୋକପ୍ରିୟ ୟୁଟ୍ୟୁବର, ଯିଏ ଜଣେ ରେଡିଓ ଜକି ମଧ୍ୟ । ତାଙ୍କ ନାମ ଆରଜେ ମହୱାସ୍ । ତାଙ୍କୁ ପୂର୍ବରୁ ମଧ୍ୟ ୟୁଜବେନ୍ଦ୍ର ଚହଲଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି ଦୁଇଜଣଙ୍କ ଏକାଠି ଫଟୋ ପୂର୍ବରୁ ଭାଇରାଲ ହୋଇଥିଲା । ସେତେବେଳେ କୁହାଯାଇଥିଲା, ଧନଶ୍ରୀ ବର୍ମାଙ୍କଠାରୁ ଛାଡ଼ପତ୍ର ନେବାକୁ ଥିବା ଚହଲ ଆରଜେ ମହୱାସଙ୍କୁ ଡେଟ୍ କରୁଛନ୍ତି । ଅବଶ୍ୟ ମହୱାସ୍ ଇନଷ୍ଟାଗ୍ରାମରେ ଏହି ଦାବିକୁ ଖଣ୍ଡନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.