ଶୁଭମନଙ୍କ ପ୍ରେମରେ ୨୩ ବର୍ଷିୟା ଅଭିନେତ୍ରୀ ଅବନିତ୍, ଭାଇରାଲ ଫଟୋକୁ ନେଇ ହେଉଛି ଚର୍ଚ୍ଚା

Published By : Prameya-News7 Bureau | March 10, 2025 IST

ମୁମ୍ଵାଇ ୧୦।୦୩; ଭାରତୀୟ ଦଳର ଷ୍ଟାର ଖେଳାଳି ଶୁଭମନ ଗିଲ। ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏବେ ଯେତେବେଳେ ଶୁଭମନଙ୍କ ନାମ ମନୋରଞ୍ଜନ ଶିଳ୍ପର ସୁନ୍ଦରୀମାନଙ୍କ ସହିତ ଯୋଡାଯିବ, ସେତେବେଳେ ତାଙ୍କ ବିଷୟରେ ଆଲୋଚନା ହେବା ସ୍ପଷ୍ଟ। ଏବେ ଆପଣ ଭାବୁଥିବେ ଯେ ଶୁଭମନଙ୍କ ନାମ କାହା ସହିତ ଯୋଡା ହୋଇଛି? 

ଶୁଭମନ ଗିଲ ଏବଂ ଅବନୀତ କୌର

ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ ନାନା କଳ୍ପନା ଜଳ୍ପନା ବଢାଇଛି । ଯେଉଁଥିରେ ଶୁଭମନ ଗିଲ ଏବଂ ଅବନୀତ କୌରଙ୍କ ଡେଟିଂ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟ ସେୟାର କରିବା ସମୟରେ ଲେଖାଯାଇଥିଲା ଯେ ଅବନୀତ କୌର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ଫଟୋ ସେୟାର କରିଛନ୍ତି ଏବଂ ଏହା ପରେ ତାଙ୍କର ଏବଂ ଶୁଭମନ ଗିଲ ଡେଟିଂକୁ ନେଇ ଗୁଜବ ଚାଲିଛି।


କେବଳ ଏତିକି ନୁହେଁ, ପୋଷ୍ଟରେ ଆହୁରି ଲେଖାଯାଇଥିଲା ଯେ ପ୍ରଶଂସକମାନେ ଉଭୟଙ୍କ ମଧ୍ୟରେ କିଛି ଘଟୁଥିବା ନେଇ ଅନୁମାନ କରିଛନ୍ତି। କିନ୍ତୁ ଅବନୀତ ପ୍ରଯୋଜକ ରାଘବ ଶର୍ମାଙ୍କୁ ଡେଟ୍ କରୁଛନ୍ତି, ଯାହା ଏହି ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛି। କହିବାକୁ ଗଲେ ଶୁଭମନ କିମ୍ବା ଅବନୀତ ଏପର୍ଯ୍ୟନ୍ତ ଏହି ଗୁଜବ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କେବଳ ଅବନୀତ କୌର ନୁହେଁ, ଏହା ପୂର୍ବରୁ ମଧ୍ୟ ଶୁଭମନଙ୍କ ନାମ ଦୁଇଜଣ ସୁନ୍ଦରୀଙ୍କ ସହ ଯୋଡା ଯାଇଛି।

ସାରା ତେନ୍ଦୁଲକର ଏବଂ ସାରା ଅଲି ଖାନ

ପ୍ରକୃତରେ, ଅବନୀତଙ୍କ ପୂର୍ବରୁ ଗିଲଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ସହ ମଧ୍ୟ ଯୋଡା ଯାଇଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖାଯାଇଛି, କିନ୍ତୁ ଶୁଭମନ କାହା ସହିତ ସମ୍ପର୍କରେ ଅଛନ୍ତି କି ନାହିଁ ତାହା କେବେ ନିଶ୍ଚିତ ହୋଇନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.