ରାଜ୍ୟରେ ଅପରାଧର ମାସ ଥିଲା ଚଳିତ ଜାନୁଆରୀ, ରୁଜୁ ହୋଇଛି ୧୧୧ ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି ମାମଲା

Published By : Prameya-News7 Bureau | March 10, 2025 IST

ଭୁବନେଶ୍ୱର ୧୦।୩: ଚଳିତ ୨୦୨୫ ଜାନୁଆରୀ ମାସ ଥିଲା ଅପରାଧର ମାସ । ଏହି ମାସରେ ୧୧୧ ହତ୍ୟା ମାମଲା ରୁଜୁ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ୨୦ଟି ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ଟି ଅସଦାଚରଣ, ୭୯ଟି ଯୌନ ନିର୍ଯାତନା, ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ଟି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି । 

ସେହିଭଳି ୨୦୧୪ ମସିହାରେ  ୧୨୫୮ଟି ହତ୍ୟା, ୩୫୬ଟି ଡକାୟତି, ୧୭୮୦୫ଟି ଚୋରି, ୧୪୭୧ଟି ଦଙ୍ଗା, ୨୫୦୧ଟି ସାଇବର ଅପରାଧ, ୭୨୯୯ଟି ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ଟି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ଓ ୩୬୫ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି । 

ବିଧାନସଭା ଅଧିବେଶନ ପ୍ରଶ୍ନୋତ୍ତର କାଳରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି । 

You Can Read:

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରିମାଣ୍ଡରେ ନେବ STF, କେଉଁ ଦଲାଲ ବର୍ଡର ପାସ୍ କରାଉଥିଲା ଧରିବାକୁ କରିବ ଉଦ୍ୟମ

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.