ଭୁବନେଶ୍ୱର ୧୦।୦୩ : ବିଧାନସଭା ବଜେଟ୍ ଅଧିବେଶନ । ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହ । ତଥାପି ଚାଲିପାରିନଥିଲା ବିଧାନସଭା । ହଟ୍ଟଗୋଳ ଏବଂ ନାରାବାଜି ଲାଗି ବିଧାନସଭାକୁ ଅପରାହ୍ନ ୧୨ଟା ୦୯ ମିନିଟ୍ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ଦୁଇ ଦିନର ବିରତି ପରେ ସୋମବାର ଦିନ ଆରମ୍ଭ ହୋଇଥିଲା ବିଧାନସଭା ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବଂଗତ ସଦସ୍ୟଙ୍କ ପ୍ରତି ଶୋକ ପ୍ରକାଶ ଆଗତ ହୋଇଥିଲା । ଆଉ ଏହାପରେ ଗୃହରେ ଆରମ୍ଭ ହୋଇଥିଲା ହୋହାଲ୍ଲା ଏବଂ ନାରାବାଜି । ଯେଉଁଥିରେ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଶୁଭମନଙ୍କ ପ୍ରେମରେ ୨୩ ବର୍ଷିୟା ଅଭିନେତ୍ରୀ ଅବନିତ୍, ଭାଇରାଲ ଫଟୋକୁ ନେଇ ହେଉଛି ଚର୍ଚ୍ଚା