ବିଧାନସଭାରେ ପୁଣି ହଟ୍ଟଗୋଳ ଓ ନାରାବାଜି, ଦିନ ୧ଟା ଯାଏଁ ମୁଲତବୀ

Published By : Prameya-News7 Bureau | March 10, 2025 IST

ଭୁବନେଶ୍ୱର ୧୦।୦୩ : ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ପୁଣି ହଟ୍ଟଗୋଳ ଏବଂ ନାରାବାଜି । ଯାହାଫଳରେ ବିଧାନସଭାକୁ ଦିନ ୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । 

ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାୟନସଭା ବଜେଟ୍‌ ଅଧିବେଶନ । ହେଲେ ସୋମବାର ଗୃହ ଆରମ୍ଭରୁ ହିଁ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଙ୍ଗାମା । କଂଗ୍ରେସ ନାରୀ ନିର୍ଯାତନା ନେଇ ପ୍ରତିବାଦ କରୁଥିବା ବେଳେ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ଅସମ୍ମାନ କରିବା ଦାବିରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ବାଚସ୍ପତି ଗୃହକୁ ୧୨ଟା ୯ ଯାଏଁ ମୁଲତବୀ ଘୋଷଣା କରିଥିଲେ । ତେବେ ମୁଲତବୀ ପରେ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ବିରୋଧୀମାନେ ପୁଣି ଥରେ ହଟ୍ଟଗୋଳ ଓ ନାରାବାଜି । ଯାହାଫଳରେ ବାଚସ୍ପତି ପୁଣି ଥରେ ଗୃହକୁ ଦିନ ୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.