ବଲିଉଡ୍‌ର ବେଷ୍ଟ ଆକ୍ଟର କିଏ ? କାର୍ତ୍ତିକ ଆର୍ଯ୍ୟନ୍, ରାଘବ ଜୁଆଲ, କୁନାଲ ଖେମୁଙ୍କ ସମେତ ଏହି କଳାକାରଙ୍କୁ ମିଳିଲା ସମ୍ମାନ

Published By : Prameya-News7 Bureau | March 10, 2025 IST

ମୁମ୍ଵାଇ ୧୦।୦୩; ୨୦୨୪ ମସିହାରେ ଏପରି ଅନେକ ଫିଲ୍ମ ମୁକ୍ତିଲାଭ କରିଥିଲା। ଯାହାକୁ ଲୋକମାନେ ପସନ୍ଦ କରିଥିଲେ। ସେହି ଫିଲ୍ମ ଗୁଡ଼ିକ ଏବଂ ସେଥିରେ ଅଭିନୟ କରୁଥିବା ତାରକାମାନେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ଏବେ ସେହି ତାରକାମାନଙ୍କୁ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (IIFA) ଦ୍ୱାରା ସମ୍ମାନିତ କରାଯାଇଛି। IIFA ଅନେକ ବର୍ଗରେ ପୁରସ୍କାର ପ୍ରଦାନ କରିଛି।

୯ ମାର୍ଚ୍ଚ ସନ୍ଧ୍ୟାରେ, ଜୟପୁରରେ ଏହି ଆୱାର୍ଡ ଶୋ’ ଅନୁଷ୍ଠିତ ହୋଇଥିଲା । ସେଠାରେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଥିଲା 'ଭୁଲ ଭୁଲୈୟା ୩' ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତାର ଟାଇଟଲ ମିଳିଛି। ଅଭିନେତ୍ରୀ ନୀତାଂଶୀ ଗୋୟଲ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିଲେ। 'ଲାପତା ଲେଡିଜ୍' ଚଳଚ୍ଚିତ୍ର ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁନାଲ ଖେମୁ, ରାଘବ ଜୁୟାଲଙ୍କ ସମେତ ଅନେକ ତାରକାଙ୍କ ଜଲୱା ଦେଖିବାକୁ ମିଳିଥିଲା। ଆପଣ ତଳେ ବିଜେତାମାନଙ୍କ ସମ୍ପୂର୍ଣ୍ଣ ତାଲିକା ଦେଖିପାରିବେ।

IIFA 2025 ବିଜେତା ତାଲିକା

ଶ୍ରେଷ୍ଠ ଅଭିନେତା - କାର୍ତ୍ତିକ ଆର୍ଯ୍ୟନ୍ (ଭୁଲ ଭୁଲୈୟା ୩)

ଶ୍ରେଷ୍ଠ ଅଭିନେତ୍ରୀ - ନୀତାଂଶୀ ଗୋୟଲ (ଲାପତା ଲେଡିଜ୍)

ଶ୍ରେଷ୍ଠ ପିକ୍‌ଚର- ଲାପତା ଲେଡିଡ୍‌

ଶ୍ରେଷ୍ଠ ନିର୍ଦ୍ଦେଶକ - କିରଣ ରାଓ (ଲାପତା ଲେଡିଜ୍)

ଶ୍ରେଷ୍ଠ ଅଭିନେତା (ନେଗେଟିବ୍ ରୋଲ) - ରାଘବ ଜୁୟାଲ (କିଲ୍)

ଶ୍ରେଷ୍ଠ ସହ-ଅଭିନେତ୍ରୀ - ଜାନକୀ ବୋଡିୱାଲା (ଶୈତାନ)

ଶ୍ରେଷ୍ଠ ସହାୟକ ଅଭିନେତା- ରବି କିଶନ (ଲାପତା ଲେଡିଜ୍)

ଆଚିଭ୍‌ମେଣ୍ଟ ଇନ୍‌ ଇଣ୍ଡିଆନ ସିନେମା ଆୱାର୍ଡ - ରାକେଶ ରୋଶନ

ଶ୍ରେଷ୍ଠ ନିର୍ଦ୍ଦେଶକ ଡେବ୍ୟୁ - କୁନାଲ ଖେମ୍ମୁ (ମଡଗାଓଁ ଏକ୍ସପ୍ରେସ)

ଶ୍ରେଷ୍ଠ ଡେବ୍ୟୁ (ପୁରୁଷ) - ଲକ୍ଷ୍ୟ ଲଲୱାନୀ (କିଲ୍)

ଶ୍ରେଷ୍ଠ ଡେବ୍ୟୁ (ମହିଳା) - ପ୍ରତିଭା ରାନ୍ତା (ଲାପତା ଲେଡିଜ୍)

ଶ୍ରେଷ୍ଠ ଲିରିକ୍ସ - ପ୍ରଶାନ୍ତ ପାଣ୍ଡେ (ସଜନୀ: ଲାପତା ଲେଡିଜ୍)

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ - ରାମ ସମ୍ପଥ (ଲାପତା ଲେଡିଜ୍‌)

ଶ୍ରେଷ୍ଠ ଗାୟକ (ପୁରୁଷ)- ଜୁବିନ୍ ନୌଟିୟାଲ୍ (ଦୁଆ: ଆର୍ଟିକିଲ୍‌ ୩୭୦)

ଶ୍ରେଷ୍ଠ ଗାୟିକା (ମହିଳା)- ଶ୍ରେୟା ଘୋଷାଲ (ଆମି ଜେ ତୋମାର ; ଭୁଲ ଭୁଲୈୟା ୩)

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ - ସୁଭାଷ ସାହୁ, ବୋଲୋ କୁମାର ଡୋଲୋଇ, ରାହୁଲ କାର୍ପେ (କିଲ୍)

ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ - ସ୍ନେହା ଦେଶାଇ (ଲାପତା ଲେଡିଜ୍)

ଶ୍ରେଷ୍ଠ ଡାଏଲଗ - ଅର୍ଜୁନ ଧାୱନ, ଆଦିତ୍ୟ ଧର, ଆଦିତ୍ୟ ସୁହାସ ଜାମ୍ଭାଲେ, ମୋନାଲ ଠାକର (ଆର୍ଟିକିଲ୍‌ ୩୭୦)

ଶ୍ରେଷ୍ଠ ସିନେମାଟୋଗ୍ରାଫି - ରାଫେ ମହମୁଦ (କିଲ୍)

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା - ବୋସ୍କୋ (ତୌବା ତୌବା: ବ୍ୟାଡ୍‌ ନ୍ୟୁଜ୍)

ଶ୍ରେଷ୍ଠ VFX – ରେଡ୍ ଚିଲିଜ୍ (ଭୁଲ୍ ଭୁଲୈୟା ୩)

'ଲାପତା ଲେଡିଜ୍' ହେଉଛି ନିତାଂଶୀ ଗୋୟଲଙ୍କ ପ୍ରଥମ ଫିଲ୍ମ। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପ୍ରବେଶ କରିଥିଲେ। ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମାଧ୍ୟମରେ ହିଁ ପ୍ରସିଦ୍ଧ ହୋଇଗଲେ। ସେ ଶ୍ରେଷ୍ଠ ଅଭିନେତ୍ରୀର ଟାଇଟଲ ଜିତିଥିଲେ। କିରଣ ରାଓଙ୍କ ନିର୍ଦ୍ଦେଶିତ 'ଲାପତା ଲେଡିଜ୍' ଅମିର ଖାନଙ୍କ ଦ୍ୱାରା ପ୍ରଯୋଜିତ। ଏହି ଫିଲ୍ମଟି IIFA ରେ ସର୍ବାଧିକ ୭ଟି ପୁରସ୍କାର ଜିତିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.