ରାଜଧାନୀରେ ୩୬ ଡ଼ିଗ୍ରୀ ଛୁଇଁଲା ପାରଦ: ପାଣିପାଗ ବିଜ୍ଞାନୀଙ୍କ ଚେତାବନୀ, ଏପ୍ରିଲ-ମେ ମାସରେ ଅଧିକ ତାତି

Published By : Prameya-News7 Bureau | March 04, 2025 IST

News7

ଭୁବନେଶ୍ୱର: ରାଜଧାନୀ ରେ ୩୬ଡ଼ିଗ୍ରୀ ଛୁଇଁଲା ତାତି। ମଙ୍ଗଳବାର ଦିନ ୨ଟା ୩୦ ସମୟରେ ରାଜଧାନୀ ଭୁବନେଶ୍ୱରରେ  ୩୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୭.୮°C , ସମ୍ବଲପୁରରେ ୩୭.୬ °C, ହୀରାକୁଦ ୩୫.୪ °C, ରାଉରକେଲା ୩୫°C, ଚାନ୍ଦବାଲି ୩୪°C ରେକର୍ଡ କରାଯାଇଛି।

ସେପଟେ ଏପ୍ରିଲ-ମେ ମାସରେ ଅଧିକ ତାତି ଅନୁଭବ କରିବେ ରାଜ୍ୟବାସୀ। ଏଲିନିନୋ ଯୋଗୁଁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଦିନ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ହେଲେ ମାର୍ଚ୍ଚ ମାସରେ ଅସହନୀୟ ତାତି ଅନୁଭବ କରିବେ ନାହିଁ ବୋଲି କହିଛନ୍ତି ସେ। ବୁଧବାର ଠାରୁ ୨ରୁ 3 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। 

ଉତ୍ତର-ଉତ୍ତରପୂର୍ବ ଦିଗରୁ ପବନ ବହିବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଗରମ ଅନୁଭବ କରିବେ ଲୋକେ କିନ୍ତୁ ରାତି ଓ ସକାଳରେ ବିଶେଷ ଗରମ ଅନୁଭବ ହେବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ୧୧ ତାରିଖରୁ ପୁଣି ତାତି ବୃଦ୍ଧି ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.