ତାତିଲେ ଲୋକେ, ଭାଙ୍ଗିଲେ ଅଲ୍ଲୁ ଅର୍ଜୁନଙ୍କ ଘର: ୮ ଅଟକ

Published By : Prameya-News7 Bureau | December 22, 2024 IST

indiatoday

ହାଇଦ୍ରାବାଦ: ପୁଷ୍ପା-୨ ଦି ରୁଲ ସିନେମାର ହିରୋ ଅଲ୍ଲୁ ଅର୍ଜୁନଙ୍କ ଘରେ ଆକ୍ରମଣ ହୋଇଛି। ହାଇଦ୍ରାବାଦର ଜୁବ୍‌ଲୀ ହିଲ୍‌ ସ୍ଥିତ ତାଙ୍କ ବାସଭବନରେ ଉସମାନିଆ ୟୁନିଭର୍ସିଟିର ସଦସ୍ୟମାନେ ପଶି ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି। 

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗାରୁଜା ବନ୍ଦ କରିବା ସହିତ ୮ ଜଣଙ୍କୁ ଅଟକ ରଖିଛି। ଏହି ୮ ଜଣ ହେଲେ ଉସମାନିଆ ୟୁନିଭର୍ସିଟିର ଜଏଣ୍ଟ ଆକ୍ସ କମିଟି ସଦସ୍ୟ। ଗିରଫ କରି ଏମାନଙ୍କୁ ଜୁବ୍‌ଲି ହିଲ ଥାନାକୁ ନିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଓସମାନିଆ ୟୁନିଭର୍ସିଟି ଜଏଣ୍ଟ ଆକ୍ସନ କମିଟିର ସଦସ୍ୟମାନେ ଅଲ୍ଲୁ ଅର୍ଜୁନଙ୍କ ଘରେ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ। ଏବଂ ଦଳଚକାଟରେ ମୃତ୍ୟୁ ହୋଇଥିବା ମହିଳା ଓ ତାଙ୍କ କୁନିପୁଅଙ୍କ ପାଇଁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।

ତେବେ ଭଙ୍ଗାରୁଜାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଲ୍ଲୁଙ୍କ ଘର ବଗିଚାରେ ଥିବା ସବୁ ଫୁଲଦାନି ଭାଙ୍ଗି ଦିଆଯାଇଛି। ତେବେ ଭଙ୍ଗାରୁଜା ସମୟରେ ଅଲ୍ଲୁ ଅର୍ଜୁନ ଘରେ ନଥିବା ସୂଚନା ମିଳିଛି। 

ପୁଷ୍ପା-୨ ଦି ରୁଲ ସିନେମାର ପ୍ରିମିୟର ଶୋ ଡିସେମ୍ବର ୪ ତାରିଖ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିଲା। ଅଲ୍ଲୁ ଅର୍ଜୁନ ଥିଏଟରକୁ ସିନେମା ଦେଖିବାକୁ ଆସିଥିଲେ। ଫ୍ରିୟ ହିରୋଙ୍କ ଝଲକ ପାଇବା ପାଇଁ ସିନେମା ହଲ୍‌ରେ ହଜାର ହଜାର ଭିଡ଼ ଜମା ହୋଇଥିଲା। ଏଥିରେ ଦଳଚକଟା ହେବାରୁ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଛୋଟ ଛୁଆ କୋମାରେ ଚାଲିଯାଇଥିବା ସୂଚନା ମିଳିଛି।     

ଘଟଣାକୁ ନେଇ ଏଆଇଏମଆଇଏମ୍ ବିଧାୟକ ଅକରୁଦ୍ଦିନ ଓୱେସୀ ତେଲେଙ୍ଗାନା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ସେ ଘଟଣାକୁ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଥିଲେ। ଜବାବରେ ମୁଖ୍ୟମନ୍ତ୍ରୀ ରେବନ୍ଦ ରେଡ୍ଡୀ ମଧ୍ୟ ଅଲ୍ଲୁଙ୍କୁ ସମାଲୋଚନା କରିଥିଲେ। 

ରେବନ୍ଦ ରେଡ୍ଡୀ କହିଥିଲେ ଯେ ମାମଲାର ତଦନ୍ତ ଚାଲିଛି। ସନ୍ଧ୍ୟା ଥିଏଟର ପକ୍ଷରୁ ହିରୋଙ୍କ ଆସିବା ଓ ସିକ୍ୟୁରିଟି ଆରେଞ୍ଜ ନେଇ ସ୍ଥାନୀୟ ପୁଲିସକୁ ଅନୁମତି ମଗାଯାଇଥିଲା। ହେଲେ ପୁଲିସ ଏହାକୁ ଖାରଜ କରି ଦେଇଥିଲେ। ବିନା ଅନୁମତିରେ ରୋଡ୍‌ ଶୋ କରିଥିଲେ। ଏହାପରେ ଭିଡ଼ ଜମିବାରୁ ଅଲ୍ଲୁଙ୍କ ସିକ୍ୟୁରିଟିମାନେ ଭିଡ଼କୁ ଠେଲିପେଲା କରି ଷ୍ଟାର୍‌ଙ୍କୁ ସିନେମା ହଲ୍‌କୁ ନେଇଥିଲେ। ଏହାପରେ ଦଳଚକଟା ଆରମ୍ଭ ହୋଇଥିଲା। 

ହିରୋଙ୍କୁ ଦେଖିବା ପାଇଁ ଯିଏ ଜୁଆଡ଼େ ପାରିଲେ ଚଢ଼ିଲେ। ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଛୋଟ ପିଲାଟିର ବ୍ରେନ୍‌ ଡେଡ୍ ହୋଇଯାଇଛି। ପୁଲିସ ଅଲ୍ଲୁଙ୍କୁ ସୂଚନା ଦେବାକୁ ଆସିଲା ବେଳେ ଥିଏଟର କର୍ତ୍ତୃପକ୍ଷ ପୁଲିସକୁ ପଶିବାକୁ ଦେଇ ନଥିଲେ। ହେଲେ ପୁଲିସ ବାଧ୍ୟ ହୋଇ ଅଲ୍ଲୁଙ୍କ ପାଖକୁ ଯାଇ ସିନେମା ଦଳାଚକଟା ବିଷୟରେ କହିଥିଲେ। ଏମିତି କି ଦୁଇ ଜଣ ମରିଯାଇଛି ବୋଲି କହିବା ପରେ ବି ଅଲ୍ଲୁ ହଲ୍‌ରୁ ଯାଇ ନଥିଲେ। ପରେ ଡିସିପି ଆସି ଜୋର ଜବରଦସ୍ତି ହିରୋଙ୍କୁ ସିନେମା ହଲ୍‌ରୁ ବାହାର କରିଥିଲେ। ହେଲେ ଗଲା ବେଳେ ସେ ହିରୋ ଗାଡ଼ିରୁ ବାହାରି ଲୋକଙ୍କୁ ହାତ ହଲାଉଛନ୍ତି। ଏ କେମିତିକା ମଣିଷ ? ଏମିତି ଲୋକ ବି ଦୁନିଆର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ହିରୋ ଥରେ ଦେଖିବାକୁ ବି ଗଲେ ନାହିଁ। ଖୁବ ସରମର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ହେଲେ ଅର୍ଜୁନ କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସ୍ୱାର୍ଥରେ ମୋ ବିରୋଧରେ ଗୁଡ଼ାଏ ମିଛ ଅଭିଯୋଗ ଲଗାଯାଇ ମୋ ଚରିତ୍ର ସଂହରା କରାଯାଉଛି। ଏସବୁ ମିଛ। ଡିସେମ୍ବର ୨୧ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଥିଲେ ପୁଷ୍ପା ହିରୋ।  

ସୂଚନା ଥାଉକି ଅଲ୍ଲୁ ଅର୍ଜୁନ ଏହି ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ହେଲେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ସେହି ଦିନ ହିଁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ହେଲେ କାଗଜପତ୍ର କାମରେ ବିଳମ୍ବ ହେବାରୁ ତାଙ୍କୁ ଗୋଟେ ରାତି ଜେଲ୍‌ରେ କାଟିବାକୁ ପଡ଼ିଥିଲା। ଘଟଣାରେ ଅଲ୍ଲୁଙ୍କ ସମେତ ତାଙ୍କ ସୁରକ୍ଷା ଟି ମ, ଥିଏଟର ମ୍ୟାନେଜ୍‌ମେଣ୍ଟ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ପୁଷ୍ପା-୨ ଦ ରୁଲ ଷ୍ଟାର ଅଲୁ ଅର୍ଜୁନଙ୍କ ବିବାଦ ଥମିବାରେ ନାଁ ନେଉନି। ଅକବରୁଦ୍ଦିନ ଓୱେସୀଙ୍କ ଅଭିଯୋଗ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମାଲୋଚନା ଅଲ୍ଲୁଙ୍କୁ ମହଙ୍ଗା ପଡ଼ିଛି। ବର୍ତ୍ତମାନ ଅଲ୍ଲୁଙ୍କ ଚେହେରା ହିରୋ କମ୍ ଭିଲିଆନ ଅଧିକ ହୋଇଯାଇଛି। ଏଥିପାଇଁ କିଛି ସୋସିଆଲ୍ ମିଡିଆରେ ହିରୋଙ୍କ ନାଁରେ ଫେକ୍ ଆଇଡି କୋଲି ତାଙ୍କୁ ବଦନାମ କରିବାରେ ଲାଗିପଡ଼ିଛନ୍ତି। ଏଥିରେ ଖୁବ୍ ଗାଳୁଗଲଜ ବି ହେଉଛି। 

କେହି ଜଣେ ବ୍ୟକ୍ତି ଅଲ୍ଲୁଙ୍କ ନାଁରେ ଫେକ୍ ଆଇଡି ଖୋଲି ହିଂସା ଉସକାଇଲା ଭଳି ପୋଷ୍ଟ କରୁଛି। ଘଟଣା ଅଲ୍ଲୁ ଅର୍ଜୁନଙ୍କ ସାମ୍ନାକୁ ଆସିବା ପରେ ତାଙ୍କ ଟିମ୍ ପକ୍ଷରୁ ଏକ ବିବୃତ୍ତି ଜାରି କରି ଫ୍ୟାନଙ୍କୁ ଏଭଳି ଗୁଲଜ କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଉଛି। ଫ୍ୟାକ୍ ଆଇଡି ଖୋଲି ଯଦି କେହି ଆପତ୍ତି ଜନକ ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନେବା ଦରକାର ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.