ଜୟପୁର ୨୨।୧୨: ଗିରଫ ପରେ କୋର୍ଟ ଚାଲାଣ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପର୍ଚିପଡା ଓ କଚରାପଡା-୩ ନମ୍ବର ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରା । ବିଭିନ୍ନ ଉନ୍ନୟନମୂଳକ କାମ କରିବା ବଦଳରେ ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଡିଭିଜନର ଭିଜିଲାନ୍ସ ଏସ୍ପି । ପର୍ଚିପଡା ଓ କଚରାପଡା ଗ୍ରାମ ପଞ୍ଚାୟତକୁ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଆସିଥିବା ପ୍ରାୟ ୬୫ ଲକ୍ଷ ଟଙ୍କା ସେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ରାଇଘର ବିଡ଼ିଓ । ଏହାପରେ ତାକୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏହାର ତଦନ୍ତ ଭିଜିଲାନ୍ସ କରୁଥିବା ବେଳେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ଭୟରେ ଫେରାର ହୋଇ ଯାଇଥିଲେ । ଶେଷରେ ତାଙ୍କୁ ଭିଜିଲାନ୍ସ କାବୁ କରିଥିବା ଭିଜିଲାନ୍ସ ଏସ୍ପି କହିଛନ୍ତି ।
You Can Read:
ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଳିବ ଧାନ ମଣ୍ଡି