ପଟ୍ଟାମୁଣ୍ଡାଇ ୨୨।୧୨: କେନ୍ଦ୍ରାପଡ଼ା ରାଜନଗରରେ ବିଶ୍ଵପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ବୁଲିବାକୁ ଆସି ପର୍ଯ୍ୟଟକ ହେଲେ ହଟହଟା । ପର୍ଯ୍ୟଟନ ଋତୁ ଦେଶବିଦେଶରୁ ଦୈନିକ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାକୁ ଆସିଥାନ୍ତି ପର୍ଯ୍ୟଟକ । ରବିବାର କଟକ ଅଞ୍ଚଳରୁ ୧୮ ଜଣ ପୁରୁଷ ଓ ଯାଜପୁର ଅଞ୍ଚଳର ୫ ଜଣ ମହିଳା ଓ ୫ ଜଣ ପୂରୁଷ ଦୁଇଟି ଘରୋଇ ବୋଟ୍ ମା’ ମଙ୍ଗଳା ଓ ମା’ ଗୁପ୍ତଚଣ୍ଡୀ ବୋଟ୍ରେ ବୁଲି ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ କୁମ୍ଭୀରିଆ ନଦୀ ମଝିରେ ଦୁଇଟି ବୋଟ୍ ଫସିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ଅନ୍ୟ ଏକ ବୋଟ୍ ପହଞ୍ଚି ଯାନ୍ତ୍ରିକ ତ୍ରୁଟି ଥିବା ବୋଟ୍କୁ ଟାଣି ଟାଣି ଆଣିବାକୁ ଚେଷ୍ଟା କରିଥିବା ବେଳେ ଅକ୍ଷମ ହୋଇଥିଲେ । ଫଳରେ ଗୁପ୍ତି ରେଞ୍ଜର ବିଭୁପ୍ରସାଦ ତରାଇଙ୍କ ନେତୃତ୍ବରେ ବନ ବିଭାଗର ବୋଟ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବୋଟ୍ ସହିତ ବୋଟ୍ରେ ଥିବା ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
You Can Read:
ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ