ପାରାଦୀପ: ଜାହାଜରୁ କୋକେନ ଜବତ ଘଟଣା। ଦୀର୍ଘ ଏକ ବର୍ଷ ପରେ ପାରାଦୀପ ଛାଡ଼ିଲେ ୬ ଜଣ ଭିଏତନାମ ନାଗରିକ। ସୋମବାର ଆଉ ୫ ଜଣ ଛାଡିବାର ସମ୍ଭାବନା ରହିଛି।
ପାରାଦ୍ଵୀପରେ ପହଞ୍ଚିଛନ୍ତି ଜାହାଜର ୧୧ ଜଣ ନୂଆ କ୍ରିୟୁ ସଦସ୍ୟ। ଆଜି ୬ ଜଣ ନୂଆ କ୍ରିୟୁ ଜାହାଜରେ ଚଢିଛନ୍ତି। ଆସନ୍ତାକାଲି ଅବଶିଷ୍ଟ ଅଦଳବଦଳ ହେବାର ସୂଚନା ମିଳିଛି। ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଗିରଫ ହୋଇଛି ଜାହାଜ ଏମ୍ ଭି ଦେବୀ ପାନାମା।