ଉତ୍କଳ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

Published By : Prameya-News7 Bureau | December 22, 2024 IST

ଭୁବନେଶ୍ୱର: ଅନୁଷ୍ଠିତ ହୋଇଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଏମସିଏ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ଉନବିଂଶ ବାର୍ଷିକ ବନ୍ଧୁ ମିଳନ । ବିଶ୍ବବିଦ୍ୟାଳୟ ପରିସରରେ ଥିବା କମ୍ପ୍ୟୁଟର ସାଇନ୍ସ ଡିପାର୍ଟମେଣ୍ଟରେ ସଭାପତି ନୀଳମଣି ରୋହିଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆମେରିକା, କାନାଡ଼ା, ୟୁରୋପ, ଇଂଲଣ୍ଡ, ଜାପାନ, ସିଙ୍ଗାପୁର ଆଦି ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l ମୋଟ୍ ୩୧ ଟି ବ୍ୟାଚର ୨ ଶହରୁ ଊର୍ଦ୍ଧ୍ବ ଛତ୍ରଛାତ୍ରୀ  ଓ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ବିତିଯାଇଥିବା ଦିନର ସ୍ମରଣ କରି ଭାବ ବିହ୍ଵଳ ହୋଇଥିଲେ l

କାର୍ଯ୍ୟକ୍ରମର ଆରମ୍ଭରେ କମ୍ପ୍ୟୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟ ବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ  ସଭାପତି ନୀଳମଣି ରୋହିଦାସ  ଅଭିଭାଷଣ ପ୍ରଦାନ କରିଥିଲେ l 

ଏହି ଅବସରରେ  କମ୍ପୁଟର ସାଇନ୍ସ ବିଭାଗର ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା l ମୁଖ୍ୟ ବକ୍ତା ପ୍ରଫେସର ଅଜୟ କୁମାର ବିଶୋଇ ଓ ଅତିଥି ବକ୍ତା  ପ୍ରଫେସର ପ୍ରମୋଦ କୁମାର ମେହେର, ପ୍ରଫେସର ନିବେଦିତା ଅଧିକାରୀ ,  ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା, ହରପ୍ରସାଦ ନାୟକ, ଏବଂ ଆଲୁମ୍ନିମାନଙ୍କ ଉଦବୋଧନ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲା l ପୂର୍ବତନ ଛାତ୍ର ଆଲୋକ ହୋତା ଓ ଅଶୋକ ହୋତାଙ୍କ ତାଙ୍କ ନୂଆ କମ୍ପାନୀ ଲିଫିନୋଭ ବିଷୟରେ ସୂଚନା ଦେଇଥିଲେ। 

ପୁରାତନ ଛାତ୍ର ଓ ଉମା ବୋର୍ଡର ମୁଖ୍ୟ କର୍ମକର୍ତ୍ତା   ବିଶ୍ୱଜିତ ସେନାପତିଙ୍କ ଦ୍ୱାରା ବାର୍ଷିକ ଅଭିଭାଷଣ ପାଠ, ଅଭିଷେକ ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ସୁପରିଚାଳନା, ଶ୍ରୀମତୀ ଅନସୂୟା ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅଭିଭାଷଣ ପ୍ରଦାନ ସହ ପରମ୍ପରା ଅନୁଯାୟୀ  ସପ୍ତମ ବ୍ୟାଚର  (୧୯୯୬ -୧୯୯୯ ) ଉପସ୍ଥିତ ଥିବା ସମୀର ଦାଶ , ଶୁଭେନ୍ଦୁ  ରାୟ ସାମନ୍ତ, ମଳୟ ରଞ୍ଜନ ସାହୁଙ୍କ ଦ୍ୱାରା କେକ୍ କଟା ଯାଇଥିଲା।

ଛାତ୍ରଛାତ୍ରୀ ଓ ସେମାନଙ୍କ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଚିତ୍ତାକର୍ଷକ ଥିଲା । ସଭାପତି ନୀଳମଣି ରୋହିଦାସ, ଉପସଭାପତି ଅରୁଣ କୁମାର ସାମଲ , ସାଧାରଣ ସମ୍ପାଦକ ଅବିନାଶ ନାୟକ, ପ୍ରଭୁଦତ୍ତ ରାଉତ, ଅଭିଷେକ ସାହୁ, ତେହସିନ ବନୋ, ଅଜୟ କୁମାର ବେହେରା ଓ ସାଇ କ୍ରିଷ୍ଣା ମହାନ୍ତି ଆଦିଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.