କଣ୍ଟାବାଞ୍ଜି ୨୨।୧୨: ବଲାଙ୍ଗିର ହସ୍ପିଟାଲରେ ବିଚାରାଧୀନ କଏଦୀର ମୃତ୍ୟୁ । ଶନିବାର ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ତୁରେକେଲା ଥାନା ନାନ୍ଦୋଳ ଗାଁର ୭୪ ବର୍ଷ ବୟସ୍କ ଭରତ ଚନ୍ଦ୍ର ଦୀପ ବୋଲି ଜଣାପଡିଛି । ୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପୋକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା । ୱାରେଣ୍ଟ ବଳରେ ତୁରେକେଲା ପୋଲିସ ଗତ ୧୯ ତାରିଖ ଦିନ ଗୁରୁଦେବକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୧୯ ତାରିଖରୁ ବଲାଙ୍ଗିର ଜେଲ୍ରେ ଥିବା ଗୁରୁଦେବ ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଗୁରୁଦେବଙ୍କ ମୃତ୍ୟୁ ହୋଇଛି । ଶବକୁ ପୋଷ୍ଟମୋର୍ଟମ ୱାର୍ଡରେ ରଖାଯାଇଛି । ପରେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।
You Can Read:
ଭୁବନେଶ୍ବର (ମଧ୍ୟ)ର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ